ଭାରତୀ ବିଦ୍ୟା ପୀଠର ୬୮ତମ ବର୍ଷିକ ଉତ୍ସଵ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠର ୬୮ ତମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଂଜାମ ଅତିରିକ୍ତ ଗୋଷ୍ଟି ଶିକ୍ଷାଅଧିକାରୀ ବିଜୟ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ସିଆରସିସି ମହେଶ କୁମାର ବେହେରା ଯୋଗଦେଇ ଭଲ ପଢିଲେ ଜଣେ ଭଲ ମଣିଷ ହେବ , ତାହା ନୁହେଁ ଭଲ ମଣିଷ ହେବା ପାଇଁ ସେବା, ସମାନତା ଓ ମୁଲ୍ୟ ବୋଧତା ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର। ନୈତିକଶିକ୍ଷା ଆମ ଜୀବନକୁ ଗଢିବାରେ ସହାୟକ ହୋଇଥାଏ ଏବଂ ସମାଜରେ ପରିବର୍ତ୍ତନ ଆଣିଥାଏ ବୋଲି ନିଜର ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦଶମଶ୍ରେଣୀ ଛାତ୍ର ଶୋଭନ ମହାରଣା। ଅତିଥି ପରିଚୟ ଶିକ୍ଷୟିତ୍ରୀ ସୁନିତା ମହାଙ୍ଗୁଡ଼ ପ୍ରଦାନ କରିଥିବା ବେଳେ , ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତଜ୍ଞ ଓ ହାସ୍ୟଅଭିନେତା ପ୍ରୀତିରଞ୍ଜନ ପ୍ରଧାନ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ମାନେ। ଶେଷରେ ବିଦ୍ୟାର୍ଥୀଙ୍କ ଦ୍ୱରା ରଙ୍ଗାରଙ୍ଗ ସଂସ୍କୃତିକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ , ଶିକ୍ଷକ ନାରାୟଣ ରେଡିଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଏହାକୁ ଶିକ୍ଷୟିତ୍ରୀ ରଶ୍ମିତା ସିଂ, ସୁବାସିନୀ ଯାନୀ, ସ୍ନହେଲତା ସେଠୀ, ଶିକ୍ଷକ ମନୋଜ ବେହେରା, ସୁନୀଲ ବେହେରା, ଓ ହରିହର ବାରିକ, ପ୍ରକାଶ ପଣ୍ଡା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ