ପ୍ରିୟଙ୍କା ମହାପାତ୍ରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ବୀରଭଦ୍ର ନୋଡ଼ାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାପାତ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଳିତ ବର୍ଷ ଅରମ୍ବ ହୋଇଥିବା ଶିକ୍ଷକଙ୍କ ପ୍ରତିଭାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଘୋଷଣା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ପଣିବନ୍ଧ ଗ୍ରାମର ବାସିନ୍ଦା ତଥା ଅଜିତ କୁମାର ପାତ୍ରଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ପ୍ରିୟଙ୍କା ଗଂଜାମ ବ୍ଲକରୁ ଏକ ମାତ୍ର ଶିକ୍ଷୟିତ୍ରୀରୂପେ ଏହି ସମ୍ମାନ ପାଇ ବିଦ୍ୟାଳୟ ଓ ସମଗ୍ର ବ୍ଳକ ପାଇଁ ଗୌରବ ଆଣିଛନ୍ତି।ଗଣିତ ବିଷୟରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହାକୁ ସରଳାତାର ସହ ବୁଝାଇବା ପାଇଁ ଅଭିନଵ ଉପାୟ ବାହାର କରିବା ସହ ବିଦ୍ୟାର୍ଥୀଙ୍କୁ ମୋବାଇଲରେ ଭଚର୍ଚ୍ୟୁୟଲ ମାଧ୍ୟମରେ ଘରେ ରହି ଶିକ୍ଷା ପ୍ରଦାନ କରିଛନ୍ତି। ଏହି ଦକ୍ଷତା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରସ୍କାର ପ୍ରଦାନ ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟମନ୍ତ୍ରୀ ଗଣିତ ଶିକ୍ଷୟିତ୍ରୀ ମହାପାତ୍ରଙ୍କୁ ମାନପତ୍ର, ଟ୍ରଫି, ଓ ଆର୍ଥିକରାଶି ପ୍ରଦାନ କରିଥିଲେ।ଏହି ସମ୍ମାନ ବା ପୁରସ୍କାର ବାସ୍ତବିକ ଏହା ଏକ ପୁରସ୍କାର ନୁହେଁ ଆଗକୁ ବଢିବା ପାଇଁ ପ୍ରେରଣା ଆଉ ଉତ୍ସାହ ର ଏକ ନୂତନ ଉତ୍ସ.ମୋ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମୋ ସହକର୍ମୀ ଏବଂ ପରିବାର ଲୋକଙ୍କୁ ଏହି ସଫଳତାର ଶ୍ରେୟ ଦେବାପାଇଁ ଚାହିଁବି..ଏବଂ ଆଗକୁ ଆହୁରି ମୋ ପିଲା ମାନଙ୍କ ପାଇଁ ଅଧିକ ରୁ ଅଧିକ କାମ କରିବି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ଶିକ୍ଷୟିତ୍ରୀ ମହାନନ୍ଦ। ଏହି ପୁରସ୍କାର ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ , ସହକର୍ମୀ , ଅବିଭାବ ଓ ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ