ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସିକାକୁ ହରାଇ ମୁଣ୍ଡମରାଇ ଦଳ ଫାଇନାଲରେ ପ୍ରବେଶ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଶୁକ୍ରବାର ପାନାସୋନିକ କ୍ରିକେଟ କ୍ଳବ, ଆସିକା ଓ ଗ୍ୟାଲେକ୍ସୀ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶେଖ ମନସୁର ୪୩ ବଲରୁ ୭୩, ଆଦିତ୍ୟ ରେଡ୍ଡି ୨୯ ବଲରୁ ୫୩ ଏବଂ ବ୍ରଜକେଶ ପ୍ରଧାନ ୩୧ ବଲରୁ ୬୪ ରନ ସଂଗ୍ରହ କରିଥିଲା । ଜବାବରେ ବିପକ୍ଷ ମୁଣ୍ଡମରାଇ ଦଳ ୧୮.୫ ଓଭରରେ ୫ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲେ । ଫଳରେ ମୁଣ୍ଡମରାଇ ଦଳ ୫ଟି ୱିକେଟରେ ବିଜୟ ଲାଭ କରିବା ସହ ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ସୋମନାଥ ପ୍ରଧାନ ୬୨ ବଲରୁ ଧୁଆଁଧାର ୧୪୯ରନ କରିବା ସହ ନଟ୍‌ଆଉଟ ରହିଥିଲେ । ଫଳରେ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ପୂର୍ବତନ କାଉନସିଲର କିରଣ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସୋମନାଥଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ପ୍ରଶାନ୍ତ ପାଢି ଓ ପ୍ରଶାନ୍ତ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ରଜତ କୁମାର ପ୍ରଧାନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ କାହ୍ନା ସାବତ ସ୍କୋରର ଥିଲେ । ମନୋଜ ପଣ୍ଡା, ପ୍ରଫୁଲ ଜେନା, ଉମା ମହାରଣା, ସୁକାନ୍ତ ପାତ୍ର, ସାଗର ବେହେରା, ଶଶୀ ବେହେରା, ମୁକେଶ ଡାକୁଆ, ସୁରଜ ସୁବୁଦ୍ଧି, ଆଦିତ୍ୟ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶନିବାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗ୍ୟାଲେକ୍ସୀ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ଓ ପ୍ରିନ୍ସ କ୍ରିକେଟ କ୍ଳବ, ବଡଗଡ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ