ସାମ୍ବାଦିକ ଙ୍କ ବିୟୋଗରେ ଶୋକ ସଭା ଏବଂ କେଣ୍ଡଲ୍ ଶୋଭାଯାତ୍ରା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବାଲେଶ୍ଵର ବସ୍ତା ର ଯୁବ ସାମ୍ବାଦିକ ମନୋରଞ୍ଜନ ପ୍ରଧାନ,ଯାହାର ବୟସ ପ୍ରାୟ ୪୦ ବର୍ଷ ।ତାଙ୍କର ଆକସ୍ମିକ ବିୟୋଗରେ ଅଞ୍ଚଳ ତଥା ଓଡ଼ିଶାର ସମସ୍ତ ସାମ୍ବାଦିକ ମର୍ମାହତ।ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ଵାରା ତାଙ୍କରି ଅମର ଆତ୍ମର ସଦ୍ଗତି ପାଇଁ ଏକ ଶୋକ ସଭା ସହିତ କେଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା । ମନୋରଞ୍ଜନ ବାବୁ ଜଣେ ସତ୍ୟବାଦୀ, ମେଳାପୀ, ସ୍ଵେଚ୍ଛାସବୀ, ମଧୁର ଭାସି, କର୍ତ୍ତବ୍ୟନିଷ୍ଠା ,ପରୋପକାରୀ ମଣିଷ ଭାବେ ପରିଚିତ ଥିଲେ । ତାଙ୍କରି କର୍ମ ମୟ ଜୀବନରେ ଅନେକ ପ୍ରଶଂସା, ପୁରସ୍କାର ପାଇ ଅନେକ ଯଶ ଆହୋରଣ କରିଛନ୍ତି ।ଏହିପରି ଜଣେ ଗୁଣ ବାନ୍ ବ୍ୟକ୍ତିଙ୍କ ବିୟୋଗରେ ଭଞ୍ଜନଗର ସ୍ଥିତ କବିସମ୍ରାଟ ମିଡ଼ିଆ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ସଦସ୍ୟ ମାନେ ମଧ୍ୟ ମର୍ମାହତ । ଏହି ଅନୁଷ୍ଠାନ ର ସଭ୍ୟ ମାନଙ୍କ ଦ୍ୱାରା ଉପସଭାପତି ଙ୍କ ବାସ ଗୃହରେ ଏକ ସ୍ମୃତିଚାରଣ ସଭା ,ଆତ୍ମାର ସଦ୍ଗତି କାମନା କରି ୨ମିନଟ ନୀରବ ପ୍ରାର୍ଥନା କରାଯାଇଅଛି । ପରେ କ୍ୟାଣ୍ଡେଲ ଜାଳି ,ମନୋଜ ଭାଇ ଙ୍କ ଅମର ରହେ ସ୍ଲୋଗାନ ସହିତ ବାଉଁସଲୁଣ୍ଡି ଠାରୁ ବାହାରି ଭଞ୍ଜନଗର ମୂଖ୍ୟ ରାସ୍ତା ଦେଇ ପ୍ରେସ କ୍ଲବ ପ୍ରଯ୍ୟନ୍ତ ପହଞ୍ଚିଥିଲେ।ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଙ୍ଘ କବି ସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ପ୍ରଦୀପ କୁମାର ସ୍ୱାଇଁ,ଉପସଭାପତି ପୁରୁଷୋତ୍ତମ ମହାପାତ୍ର,ସଂପାଦକ ଚିନ୍ମୟ ବେବର୍ତ୍ତା, କୋଷଧ୍ୟକ୍ଷ ସମୀର ମହାପାତ୍ର,ସହ ସମ୍ପାଦକ ଉଦୟ ନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା ଓ ଦିଲୀପ ପଗଡ଼,ସନ୍ତୋଷ ଗୌଡ଼, ଆଶିଷ ଗୌଡ଼, ସନ୍ତୋଷ ଜେନା, ରଂଜନ ବେହେରା, ସପନ ସେଠି, ଅକ୍ଷୟ ନାୟକ, ପ୍ରଫୁଲ୍ଲ ମହାରଣା,ସୁଶାନ୍ତ ଗୌଡ଼ , ଅକ୍ଷୟ ଶତପଥୀ,ଅଶୋକ ନାୟକ , ସୁଶାନ୍ତ ନାୟକ ,ତଥା ବରିଷ୍ଠ ଶ୍ରମିକ ନେତା ହରେ କୃଷ୍ଣ ସାହୁ,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋୖରୀ ଶଙ୍କର ଶତପଥି ପ୍ରମୁଖ ଯୋଗ ଦେଇଥିଲେ।କବି ସମ୍ରାଟ ମିଡ଼ିଆ କ୍ଲବ ର ସଭ୍ୟ ମାନେ ଉପଜିଲ୍ଲାପାଳ ଙ୍କମାଧ୍ୟମରେ ମନୋରଞ୍ଜନ ଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ବାଲେଶ୍ଵର ଜିଲ୍ଲାପାଳ ଙ୍କୁ ପତ୍ର ମାଧ୍ୟମରେ ଦାବି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ