ଅର୍ଥମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲା ର ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ତାରସିଂ ଠାରେ ମିଶନ୍ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିବା ସହ ଭଞ୍ଜନଗର ଠାରୁ ତିଳିସିଙ୍ଗି , ଜାଡଧର ପାଖରେ ଖିଲାଡି ନାଳ ଉପରେ ବିଜୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ ,ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ତୋଲଡି ଠାରୁ ଠାରୁ ମଶାବାଡି ଭାୟା ରା଼ମ୍ପ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଭଳି ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ | ଶେଷରେ କଳିଙ୍ଗପଦର ଓ ରୁଢାପଦର ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଅର୍ଥମନ୍ତ୍ରୀଙ୍କ ସହିତ ଜଗନ୍ନାଥପ୍ରସାଦ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ , ଉପସଭାପତି ପ୍ରଭାତ ଦଳବେହେରା ,ଯୁବ ସଭାପତି ଶ୍ରୀକାନ୍ତ ଦଳବେହେରା ,ସଭନେତ୍ରୀ ଲିପିକା ସ୍ୱାଇଁ ,ଗେରେଡା ସରପଞ୍ଚ ପ୍ରଦୀପ କୁମାର ସେଠୀ , ପୂର୍ବତନ ଜିଲ୍ଲାପରିଷଦ ସରିତ କୁମାର ପ୍ରଧାନ , ବିଡିପୁର ସରପଞ୍ଚ ପ୍ରତିନିଧି ଶିଶିରକାନ୍ତ ସାହୁ , ଝାଡ଼ଭୂମି ସମିତିସଭ୍ୟ ଅନୁପ ଭୂୟାଁ , ଗାୟାଗଣ୍ଡା ସରପଞ୍ଚ ପଦ୍ମଜା ପାତ୍ର , ସମିତିସଭ୍ୟ ସୌମ୍ୟଶ୍ରୀ ଓଦଣ୍ଡାରାୟ , ରୁଢାପଦର ସରପଞ୍ଚ ବିନୋଦ ଯାନୀ , ସମିତିସଭ୍ୟ ସତ୍ୟବାନ ନାୟକ ,ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଯାନୀ ,ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର , ସହକାରୀ ଯନ୍ତ୍ରୀ ଇଂ ଅଚ୍ୟୁତାନନ୍ଦ ପଟ୍ଟନାୟକ , ସିଡିପିଓ ଦାର୍ଶନି ନାୟକ ,ତାରସିଂ ସରପଞ୍ଚ ଯୋଗେଶ୍ୱର ବେହେରା , କୋକୋଳବା ସରପଞ୍ଚ ମିନତୀ ଦଳବେହେରା ,କୋକୋଳବା ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ,ସମାଜସେବୀ ଶୂଳପାଣି ଶତପଥୀ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ