ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପ୍ରାପ୍ତ ବରିଷ୍ଠ ଗୋଷ୍ଠୀଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ଉପେନ୍ଦ୍ରଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ତରଫରୁ ଏକ ସ୍ୱତନ୍ତ୍ର ବର୍ଣ୍ଣlଢ୍ୟ ପରିବେଶ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ଅବସରରେ ବିଷୟଭିତ୍ତିକ ପାଠ୍ୟଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପ୍ରାପ୍ତ ଦୁଇ ବରିଷ୍ଠ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଓ ହୃଷିକେଶ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି l ପରେ ପରେ ଗଞ୍ଜାମ ଜିଲ୍ଳା ଭାରତ ସ୍କାଉଟ ଓ ଗାଇଡ଼ ତରଫରୁ କେମ୍ପୋରୀ କାର୍ଯ୍ୟକ୍ରମ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ୬,୭,୮,୯ ଫେବୃଆରୀ ରେ ହେଉଥିବା ଯୋଗୁଁ ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ପାଇଁ ଆଲୋଚନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସହଗାଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ, ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉମାକାନ୍ତ ନାହାକ ଓ ସି. ଆର. ସି.ସି. ମୋହନ ସାହୁ ମଂଚାସୀନ ହୋଇ କାର୍ଯ୍ୟକ୍ରମ କୁ ସୁପରିଚାଳନl କରିବା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ସି. ଆର. ସି. ସି. ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ପ୍ରାରମ୍ଭରେ ସହ -ଗୋଷ୍ଠୀ ଶିକ୍ଷlଧିକାରୀ ସୂର୍ଯ୍ୟ ନାୟକ କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ପ୍ରଦାନ ପରେ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସନ୍ତୋଷ ଜେନା ଏହାର ରୂପରେଖ ଉପରେ ଆଲୋଚନା କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ