ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ କରାଗଲା ରାଜ୍ୟ ସଙ୍ଗୀତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଣ୍ଟିକାରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ , ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ୱରଞ୍ଜନ କର,ଭଞ୍ଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦିପ୍ତିମଣୀ ପ୍ରଧାନ,ସହକାରୀ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର,ଏଷ୍ଟା ବ୍ଲିଶମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା l ଭଞ୍ଜନଗର ଉପଖଣ୍ଡ ର ସମସ୍ତ କାର୍ଯ୍ୟାଳୟ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଥିଲା l ଆଜି ପ୍ରତି ଓଡ଼ିଆ ଙ୍କ ମନରେ ଉତ୍ସାହ ଓ ଆନନ୍ଦ ସହ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଯାଇଛି l ଏହି ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ଵର ସମସ୍ତ ଓଡ଼ିଆ ଙ୍କୁ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପୀଢ଼ି ଙ୍କୁ ଓଡ଼ିଆ ଭାଷା ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ