ଭାରତ ସ୍କାଉଟ ଓ ଗାଇଡ଼ ର ଦୀକ୍ଷା ସଂସ୍କାର ସମାରୋହ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏଠାରୁ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡl ଠାରେ ଭାରତ ସ୍କାଉଟ୍ସ ଓ ଗାଇଡ଼ ର ଦୀକ୍ଷା ସଂସ୍କାର ସମାରୋହ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ସ୍କାଉଟ ମାଷ୍ଟର ହୃଷିକେଶ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କାଉଟ ଓ ଗାଇଡ଼ ର ନୀତିନିୟମ, ଗୀତ, ଵିଧି,ବ୍ୟବସ୍ଥା ଉପରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ସlଜନ ସ୍ୱାଇଁ ଓ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ମଂଚାସୀନ ହୋଇ ପିଲାମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବୁଝାଇଥିଲେ l ପରେ ପରେ ସ୍କାଉଟ ପତାକା ଉତ୍ତୋଳନ ହେବାପରେ ଲୋଗୋ ପରିଧାନ କରାଯାଇ ଦୀକ୍ଷା ସଂସ୍କାର କରାଯାଇଥିଲା l ଆଜି ୧୬ ଜଣ ଛାତ୍ରଛାତ୍ରୀ ଦୀକ୍ଷା ସଂସ୍କାର କାର୍ଯ୍ୟକ୍ରମ ରେ ସାମିଲ ସହ ଦୀକ୍ଷା ଗ୍ରହଣ ଆନୁଷ୍ଠାନିକ ଭାବେ କରାଯାଇଥିଲା l ବିଦ୍ୟାଳୟର କିଛି ଶିକ୍ଷlକର୍ମଚାରୀ ଏଥିରେ ସହଯୋଗ କରିଥିଲେ l ଶେଷରେ ସ୍କାଉଟ ମାଷ୍ଟର ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ