କେନାଲ ରେ ପାଣି ଯୋଗାଣ କାହା ପାଇଁ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ୨୦ ବର୍ଷ ଧରି ଖରାଦିନିଆ ଧାନ ଚାଷ ପାଇଁ ସରକାର କେନାଲ ରେ ପାଣି ଯୋଗାଇ ନ ଥିଲେ। କିନ୍ତୁ ଚଳିତ ବର୍ଷ ନିମାପଡ଼ା କୃଷି ବିଭାଗ ପକ୍ଷରୁ ମାଇକ ଯୋଗେ କେନାଲ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯିବାପରେ ୧ ତାରିଖ ରୁ ମୁଖ୍ୟ କେନାଲ ମାନଙ୍କ ରେ ପାଣି ଆସିଛି।କିଛି ଚାଷୀ ନିଜ ବିଲ ରେ କେନାଲ ପାଣି ମଡାଇ ଖରା ଦିନିଆ ଧାନ ଚାଷ ଆରମ୍ଭ କରିଥିବାବେଳେ ହଟାତ କେନାଲ ପାଣି ଯୋଗାଣ ବନ୍ଦ କରି ଦିଆଯାଇଛି। ଯେଉଁ ମାନେ ଖରା ଦିନିଆ ଧାନ ଚାଷ କରିବାକୁ ଆଗଭର ହୋଇ ଧାନ ତଳି ପକାଇ ଦେଇଥିଲେ ଏବେ ଚିନ୍ତା ରେ ପଡ଼ି ଯାଇଛନ୍ତି। ଅପର ପକ୍ଷରେ ସବୁ କେନାଲ ର ଶେଷ ମୁଣ୍ଡରେ ପାଣି ପହଞ୍ଚି ପାରିନଥିବାବେଳେ ପାଣି ଯୋଗାଣ ବନ୍ଦ କରି ଦିଆଯିବାରୁ କେନାଲ ଶେଷ ମୁଣ୍ଡ ରେ ଥିବା ଗହୀର ର ଚାଷୀ କେନାଲ ପାଣି ପାଇ ପାରି ନାହାଁନ୍ତି। ପୁରୀ ଜିଲ୍ଲା ବାମନାଳ, ବଳଙ୍ଗା ଅଞ୍ଚଳ ରେ କେନାଲ ପାଣି ମାଡ଼ି ଯାଇ ଶହ ଶହ ଏକର ରେ ହୋଇଥିବା ମୁଗ, ବିରି, ସୋରିଷ ଫସଲ ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।
କେନାଲ ପାଣି କାହା ପାଇଁ ପୁଷ ମାସ ପାଲଟିଛି ତ ଆଉ କାହା ପାଇଁ ସର୍ବନାଶ ପାଲଟିଛି। ଘଟଣା ସଂପର୍କ ରେ ଜଳସେଚନ ବିଭାଗର ବାହାରେଣା ସେକ୍ସନ କନିଷ୍ଠ ଯନ୍ତ୍ରୀ ରୂପାଲି ଅପରାଜିତା ଙ୍କୁ ପଚାରିବାରେ କେନାଲ ରେ ପାଣି ଯୋଗାଇ ଦିଆ ଯିବ ବୋଲି ଜଳସେଚନ ବିଭାଗ ଘୋଷଣା କରିନାହିଁ। କେନାଲ ପାଣି ରେ ଚାଷୀ ମାନଙ୍କ ରବି ଫସଲ ନଷ୍ଟ ହେବା ଅଭିଯୋଗ ହେବାରୁ କେନାଲ ରେ ପାଣି ଯୋଗାଣ ବନ୍ଦ କରି ଦିଆଯାଇଛି। କୃଷି ବିଭାଗ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିବାରୁ ସେ ବିଭାଗ କୁ ଚାଷୀ ମାନେ ପାଣି ଯୋଗାଇ ଦେବାକୁ କୁହନ୍ତୁ ବୋଲି କହିଥିଲେ। କୃଷି ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ବୁଝାମଣା ଅଭାବ ରୁ ଏପରି ଘଟିଥିବାରୁ ଚାଷୀ ଙ୍କ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ସରକାର ଙ୍କ ପାଖରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ