ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ଜିଲ୍ଲା ନିମାପଡା ବ୍ଲକ କଳାପାଞ୍ଚଣ, ଛଣିଜଙ୍ଗ , ଓ ତୁଳସୀପୁର ପଞ୍ଚାୟତ ର ବଡ଼ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ତରଫରୁ ପଞ୍ଚାୟତ ସ୍ତରୀୟ ସତେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ନିମାପଡ଼ା ର ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଗ୍ରାମାଞ୍ଚଳ ଭିତିଭୂମିର ବିକାଶ ,ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ , ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ର ବିକାଶ ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ । ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ ,ପୁରୀ ସାଂସଦ ଙ୍କ ପ୍ରତିନିଧି ବିଜୟ ପଟ୍ଟନାୟକ,ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ଦାଶ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ, ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ସମିତି ସଭ୍ୟା ଝରଣା ସାହୁ, ଶିକ୍ଷକ ନେତା ତ୍ରିଲୋଚନ କର, ପ୍ରକାଶ ସାହୁ,ଅରକ୍ଷିତ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ