ପୂଣ୍ୟ ଓ ଚାରୁକଳାର ମାଟି ଧାମନଗରର ବାର୍ତ୍ତା ପ୍ରଚାର କରୁଛି ମହୋତ୍ସବ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ଠାରେ ଆୟୋଜିତ “ଧାମନଗର ମହୋତ୍ସବ ୨୦୨୪”ର ଅଷ୍ଟମ ସଂଧ୍ୟାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ସୁସାହିତ୍ୟିକ ଆଇନଜୀବି ସ୍ନେହାଶିଷ ପଣ୍ଡାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆଶିଷ୍ଟାଣ୍ଟ କଲେକ୍ଟର ସୁଧାଂଶୁ ସ୍ବାଇଁ ଉଦ୍ଘାଟକ ଓ ସେବା ନିବୃତ୍ତ ପ୍ରାଧ୍ୟାପକ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ତଥା କବି ଦୀପ୍ତି ରଞ୍ଜନ ନାୟକ ମୁଖ୍ୟ ବକ୍ତା ଭାବେ ଏବଂ ଆଇନଜୀବି ଅମରେନ୍ଦ୍ର ମହାନ୍ତି, ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବେହେରା, ସାମ୍ବାଦିକ ସୁଜୟ ପାକଳ ସମ୍ମାନିତ ଅତିଥି ଭାବେ ସଭା ମଣ୍ଡନ କରିଥିଲେ । ଆୟୋଜକ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଧାମନଗର ମାଟି ପୂଣ୍ଯ ଓ ଚାରୁକଳାର ମାଟି, ଯାହାର ତୁଳନା ନାହିଁ । ଏହି ମାଟିର ବାସ୍ନାକୁ ମହୋତ୍ସବ ମାଧ୍ୟମରେ ସାରା ଓଡିଶାରେ ପହଞ୍ଚାଇବା ଆୟୋଜକ ଶ୍ରୀ ଖିଲାରଙ୍କ ମହତ ଉଦ୍ଦେଶ୍ୟ ବୋଲି ସଭାସ୍ଥ ଅତିଥିମାନେ ମତ ପୋଷଣ କରିଥିଲେ । ମହୋତ୍ସବ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ, ମୃତ୍ୟୁଞ୍ଜୟ ପାଢୀ ନିଜର ସୁଲଳିତ କଣ୍ଠରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ସାମ୍ବାଦିକ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଆଲବମ୍ ଓ ଚଳଚ୍ଚିତ୍ର ଜଗତର ନୃତ୍ୟ ନିର୍ଦ୍ଦେଶକ ମିଟୁ ମାନସ ନିଜର କଳା କୌଶଳ ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନ ମୋହି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ