ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଚଳିତ ମାସ -୨୨ ରୁ ଆରମ୍ଭକରି ୨୭/୦୨ ରିଖ ପର୍ଯ୍ୟନ୍ତ କରିବାପାଇଁ ଯୋଜନା ରହିଛି | ପରିଷଦ ତରଫରୁ ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ୱାର୍ଡ – ୧ କାଉନସିଲର ଭାସ୍କର ପାତ୍ର ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦାନ କରି ମୁକ୍ତା ଯୋଜନାର ବିଭିନ୍ନ ସୁବିଧା ସୁଯୋଗ ଗୁଡିକୁ ଉପସ୍ଥାପନା କରିଥିଲେ ପରିଷଦ ଅନ୍ତର୍ଗତ ୧୩ ଟି ୱାର୍ଡ ର ସମୁଦାୟ ୮୭ ଟି ମିଶନ ଶକ୍ତି ଗୋଷ୍ଟିଙ୍କ ଏହି ତାଲିମ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବ | ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ଙ୍କ ସମେତ ମୁକ୍ତା ଯୋଜନା ର ପ୍ରକଳ୍ପ ସଂଯୋଜକ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଶନଶକ୍ତି ଗୋଷ୍ଠୀ ତରଫରୁ ମାଷ୍ଟ୍ର ତାଲିମଦାତା ମାନେ ସହାୟତା କରିଥିଲେ | ମୁକ୍ତା ଯୋଜନା ରେ ମିଶନଶକ୍ତି ଗୋଷ୍ଠୀ ଗୁଡିକ ନିମନ୍ତେ ଥିବା ସୁବିଧାସୁଯୋଗ ତଥା ଯୋଜନାର ସଫଳ ରୂପାୟନରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ତାଲିମ ଦିଆଯାଇଥିଲା | ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସମ୍ପାଦକ ସାରଦା ପ୍ରସାଦ ପଣ୍ଡା ଭିସି ମାଧ୍ୟମରେ ଉପସ୍ଥିତ ମହିଳାମାନଙ୍କୁ ଉତ୍ସାହିତ କରିବାସହ ପ୍ରେରଣାଦାୟୀ ବାର୍ତା ଦେଇଥିଲେ | ପରିଶେଷରେ ମୁକ୍ତା ହିସାବରକ୍ଷକ ଖିରୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ