ଗୁଣୁପୁର-ଥେରୁଭାଲି ରେଳପଥ ପାଇଁ କେନ୍ଦ୍ର ସରକାର’ଙ୍କ ବୈମାତୃକ ଭାବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ମାସ’ର ପ୍ରାରମ୍ଭରେ କେନ୍ଦ୍ର ସରକାର’ଙ୍କ ପକ୍ଷ’ରୁ ୨଼୦୨୪-୨୫ ଅନ୍ତରୀଣ ରେଳ ବଜେଟ୍ ପାର୍ଲାମେଣ୍ଟ’ରେ ଉପସ୍ଥାପନା କରାଯାଇଛି। ଏଥିରେ ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ଗୁଣୁପୁର-ଥେରୁବାଲି ରେଳପଥ ଦିଗରେ ରେଳ ବଜେଟ କ୍ଷେତ୍ରରେ ଯେଉଁ ବିକାଶ’ର ଆଶା ଦେଖିଥିଲେ , ତାହା ଅଞ୍ଚଳବାସୀ’ଙ୍କୁ ସମ୍ପୂର୍ଣ ଭାବେ ନିରାଶ କରିଛି ।ଅଞ୍ଚଳବାସୀ’ଙ୍କ ଦୀର୍ଘ ବର୍ଷ’ର ରଖିଥିବା ବିକାଶ’ର ସ୍ବପ୍ନ ତଥା ଦାବୀ’କୁ ଏଠାରେ କେନ୍ଦ୍ର ସରକାର ତଥା ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଗତ ହୋଇଥିବା ଅନ୍ତରୀଣ ରେଳ ବଜେଟ’ରେ ବୈମାତୃକ ମନୋଭାବ ପୋଷଣ କରାଯାଇ ଗୁଣୁପୁର-ଥେରୁବାଲି ରେଳପଥ ପ୍ରତି ଲଲିପପ୍ ଦେଖାଇ ଦେଇ ସମ୍ପୂର୍ଣ ଭାବେ ଉପେକ୍ଷା କରାଯାଇଛି।ଚଳିତ ଅନ୍ତରୀଣ ରେଳ ବଜେଟ’ରେ ଓଡିଶା’କୁ ସର୍ବମୋଟ ୧୦,୫୩୬ କୋଟି ଟଙ୍କା’ର ଆର୍ଥିକ ଅଟକଳ କରାଯାଇଛି।ଯେଉଁ ବଜେଟ’ରେ କି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୫୦୦ କୋଟି , ତାଳଚେର-ବିମଳାଗଡ ପାଇଁ ୨୩୦ କୋଟି , ଜୟପୁର-ମାଲକାନଗିରି ପାଇଁ ୧୩୦ କୋଟି , ଜୟପୁର- ନବରଙ୍ଗପୁର ପାଇଁ ୨୩୫ କୋଟି ଏବଂ ବାଂଶପାଣି-ଯଖପୁରା ପାଇଁ ୧୦୦ କୋଟି ଟଙ୍କା’ର ଅର୍ଥ ବ୍ୟବସ୍ଥା ରହିଛି।ପରିତାପର ବିଷୟ ଯେ , ଜୟପୁର-ନବରଙ୍ଗପୁର ରେଳପଥର ଦୂରତା ଦୀର୍ଘ୍ ୩୮ କି:ମି. ଥିବାବେଳେ ଗୁଣୁପୁର-ଥେରୁଭାଲି ରେଳପଥ’ର ଦୂରତା ଦୀର୍ଘ ୭୦ କି:ମି’ରୁ ଉର୍ଦ୍ଧ୍ବଥିବା ସତ୍ୱେ ଏହି ରେଳପଥ ପାଇଁ ମାତ୍ର ୫୦ କୋଟି ଅନୁମୋଦିତ ହୋଇଛି । ଏଥି’ରୁ ଅନୁମାନ କରାଯାଉଛି ଯେ , ଆମର ଏହି ଦୀର୍ଘ ଦିନ’ର ରେଳପଥ ପ୍ରତି ରହିଥିବା ଦାବୀ’କୁ ପରୋକ୍ଷ’ରେ ଉପେକ୍ଷା କରାଯାଉଛି। ବରଂ କୋରାପୁଟ’ର ସାଂସଦ ସପ୍ତଗିରି ଉଲାକା ପାର୍ଲାମେଣ୍ଟ’ରେ ବହୁବାର ଏହି ପ୍ରକଳ୍ପ ବିଷୟରେ ଦାବୀ ଉପସ୍ଥାପନ କରିଛନ୍ତି। କିନ୍ତୁ ରେଳ ବିଭାଗ ବୈମାତୃକ ମନୋଭାବ ପୋଷଣ କରିବା ସଦୃଶ ଗୁଣୁପୁର-ଥେରୁବାଲି ରେଳପଥ’ର ଉନ୍ନତିକରଣ ଦିଗରେ କେନ୍ଦ୍ର ସରକାର କୌଣସି ପ୍ରକାର’ର ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦି , ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ଉଦ୍ୟମ’ରେ ଏହି ରେଳପଥ ହୋଇ ନ ଥାନ୍ତା , ତା ହେଲେ ଆଜି ପାରଳାଖେମୁଣ୍ଡି ମଧ୍ୟ ଜାତୀୟ ରେଳପଥ’ରେ ପ୍ରତିଫଳିତ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡିଥାନ୍ତା ।ତେଣୁ କେନ୍ଦ୍ର ରାଳ ବିଭାଗ ଏହିଭଳି ବୈମାତୃକ ମନୋଭାବ ପ୍ରତି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି , ପାରଳା’ର ବୁଦ୍ଧିଜୀବୀ ଗବେଷକ ତଥା ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶିକ୍ଷାବିତ୍ ଗୌରଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା , ଆଶାଲତା ପାଣିଗ୍ରାହୀ , କଳାକାର ମୁରଲୀଧର ପରିଚ୍ଛା , ବରିଷ୍ଠ ସାମ୍ବାଦିକ ଭାଗବତ ପାଢୀ ଏବଂ ଅନ୍ୟାନ୍ୟ ମାନେ e କ୍ଷେତ୍ରରେ ସେମାନଙ୍କ କ୍ଷୋଭ ଜଣାଇଛନ୍ତି।ଅନ୍ତତଃ ପକ୍ଷେ ଅତିରିକ୍ତ ଆର୍ଥିକ ଅଟକଳ ମାଧ୍ୟମ’ରେ ଗୁଣୁପୁର-ଥେରୁଭାଲି ରେଳପଥ ପ୍ରକଳ୍ପ’କୁ ତ୍ୱରାନ୍ୱିତ କରିବାକୁ ସେମାନେ କେନ୍ଦ୍ ସରକାର ତଥା ରେଳ ବିଭାଗ’କୁ ଅନୁରୋଧ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ