ଗଜପତି ଉଦ୍ୟାନ ଓ ଉଦ୍ୟାନ ଭିତ୍ତିକ ବଗିଚା ପ୍ରସ୍ତୁତି ଓ ସଂରକ୍ଷଣ ଉପରେ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସିସିଡି ଆନୂକୁଲ୍ୟରେ କେକେଏସ, ବିଏମଡେଡ ସହାୟତାରେ ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷ ଠାରେ ଉଦ୍ୟାନ ଓ ଉଦ୍ୟାନ ଭିତ୍ତିକ ବଗିଚା ପ୍ରସ୍ତୁତି ଓ ସଂରକ୍ଷଣ ଉପରେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ୱଳ ବ୍ୟକ୍ତି ଭାବେ ଜିଲ୍ଲା ଉଦ୍ୟାନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଖେଖର ସାହୁ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ତରଙ୍ଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଜହନ୍ ମଣ୍ଡଳଙ୍କ ସମେତ ନାଏବ ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ସଭ୍ୟସଭ୍ୟା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।ଫଳଚାଷ ମାଧ୍ୟମରେ ଚାଷି ମାନଙ୍କ ଆୟପନ୍ଥା ବୃଦ୍ଧି ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ଫଳ ପ୍ରକ୍ରୀୟାକରଣ ଓ ମୁଲ୍ୟ ବୃଦ୍ଧି ଉପରେ ସିସିଡି ସଂପାଦକ ଶ୍ରୀ ଏ.ଜଗନ୍ନାଥ ରାଜୁ ମଞ୍ଚାସିନ ଅତିଥି ଓ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ସେହିଭଳି ଅଣ-ଚାଷ ଜମିରେ କିଭଳି ବିଭିନ୍ନ ପ୍ରକାରର ଫଳଗଛ ଓ ଫଳ ବଗିଚା ପ୍ରସ୍ତୁତ କରା ଯାଇପାରିବ ଏବଂ ବିଭିନ୍ନ ରୋଗ ଓ ପୋକକୁ ସରଳ ଓ ସୁବିଧା ଉପାୟରେ ନିୟନ୍ତ୍ରଣ କରା ଯାଇପାରିବ ସେ ସମ୍ପର୍କରେ ମୁଖ୍ୟ ସମ୍ୱଳ ବ୍ୟକ୍ତି ଆଲୋକପାତ କରିଥିଲେ ।ଏତଦ୍ ବ୍ୟତିତ ଚାଷି ମାନଙ୍କ ପାଇଁ ଉଦ୍ଦିଷ୍ଠ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ ଯୋଜନା ଉପରେ ଅବଗତ କରାଇଥିଲେ । ପର୍ଯ୍ୟାୟ କ୍ରମେ କିପରି ବିଭିନ୍ନ ଫଳନ୍ତି ଗଛର ଯତ୍ନ ଯଥା ଜଳସେଚନ , ଖତ ଓ ସାରର ପ୍ରୟୋଗ , ଫଳ ଅମଳ ସମୟରେ ଓ ଅମଳ ପରବର୍ତ୍ତି ଯନ୍ନ , ବଜାରୀ କରଣ ପ୍ରଭୃତି ଉପରେ ଆଲୋକପାତ କରିଥିଲେ ।ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ତାମୋସିଂ , ତହଜଙ୍ଗ , ଲୁଙ୍ଗ , ରାଗାଇସିଂ , ଖୋଲାବାଡ , ରାମନଗର , କଣ୍ଡା ପାର୍ସମ୍ୱା ଓ ତରଙ୍ଗଡା ଗ୍ରାମର ମୋଟ ୯୦ ଜଣ ପୁରୁଷ ଓ ମହିଳା ଚାଷି ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ଆଲୋଚନାକୁ ସ୍ଥାନୀୟ ସରପଞ୍ଚ ଆଞ୍ଚଳିକ ଭାଷାରେ ବୁଝାଇଥିଲେ। ।ଏହି ତାଲିମ ଶିବିର କାର୍ଯ୍ୟକ୍ରମକୁ ସିସିଡ଼ି ଅନୁଷ୍ଠାନର ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା , କ୍ଷେତ୍ର ସଂଯୋଜକ ଶଶି ଗମାଙ୍ଗ ଓ ଏଲିସାୟ ଗମାଙ୍ଗ , ଚାଷି ଉତ୍ପାଦକ ଦଳର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଞ୍ଜନ ରଇତ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।ଶେଷରେ ନାଏବ ସରପଞ୍ଚ ଉପସ୍ଥିତ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ