୪୦ ବର୍ଷର ପୁରାତନ ପଲ୍ଲୀବସ୍ତ୍ର କେନ୍ଦ୍ର ଭୂତକୋଠି ପାଲଟିଛି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ଥିବା ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଥିବା ପଲ୍ଲୀବସ୍ତ୍ର କେନ୍ଦ୍ର ଏବେ ଭୂତକୋଠି ପାଲଟିଛି। ପ୍ରକାଶ ଯେ, ରାୟଗଡ଼ରେ ୨୩ ନଭେମ୍ବର ୧୯୮୪ ମସିହାରେ ପଲ୍ଲୀବସ୍ତ୍ର କେନ୍ଦ୍ର ତକ୍ରାଳୀନ ଗଞ୍ଜାମ ଜିଲ୍ଲାପାଳ ଏ କେ ଦାସ ଉଦ୍‌ଘାଟନ କରିଥିବାବେଳେ ତତକାଳୀନ ବିଧାୟକ ସ୍ବର୍ଗତ ଗୋର୍ଷାଙ୍ଗ ଶବର ଓ ଅଧ୍ୟକ୍ଷ ସ୍ବର୍ଗତ ଦିଲ୍ଲୀଶ୍ଵର ସୁବୁଦ୍ଧି ଉପସ୍ଥିତ ଉକ୍ତ କେନ୍ଦ୍ର କିଛିଦିନ ଚାଲିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ତାହା ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସେଥ୍ରେ ଥିବା ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଥିବା ବେଳେ କୋଠା ଭୁଶୁଡ଼ି ଗଲାଣି।ତାହା ଏବେ ସର୍ବସାଧ ସାଧାରଣଙ୍କ ଶୌଚାଳୟପାଲଟିଛି। ଉକ୍ତ ପଲ୍ଲୀ ବସ୍ତ୍ର କେନ୍ଦ୍ର ନିକଟରେ ସରସ୍ବତୀ ଶିଶୁ ମନ୍ଦିର ରହିଛି। ପଲ୍ଲୀବସ୍ତ୍ର କେନ୍ଦ୍ର ଜରାଜୀର୍ଣ୍ଣ କୋଠା ବିପଦସଂକୁଳ ଅବସ୍ଥାରେ ରହିଥ‌ିବାରୁ ତାହା କେତେବେଳେ କାହାପାଇଁ ଯେ ବିପଦ ସାଜିବ ସେନେଇ ନଇ ଛାତ୍ରଛାତ୍ରୀ, ଅଭିଭାବକ ଶିଶୁମନ୍ଦିର କର୍ତ୍ତୃପକ୍ଷ ଭୟଭୀତ ହୋଇ ରହିଥ‌ିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ