ଗଜପତି ଜିଲ୍ଲାସ୍ତରୀୟ କୃମି ନାଶକ ଦିବସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଗଜପତି ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଉଦ୍ଘାଟନୀ କାର୍ଯ୍ୟକ୍ରମଟି ପାଳିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଏଡିଏମ ଗଜପତି ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥି ରୂପେ ସିଡିଏମଓ ଡ଼ା. ପ୍ରଦୀପ ପାତ୍ର, ଡ଼ା.ମହେନ୍ଦ୍ର ଭୂୟାଁ, ଡ଼ା.ସୌମ୍ୟାରାଣୀ ଗୌଡ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କୃମି ରୋଗ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ନେତ୍ରାନନ୍ଦ ଶତପଥିଙ୍କ ସଂଯୋଜନାରେ ତଥା ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ