ଗଜପତିରୁ ତିନୋଟି ଚୋରା ଦେଶୀ ବନ୍ଧୁକ ଜବତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅଡବା ପୋଲିସ ଦ୍ୱାରା 3 ଗୋଟି ଦେଶୀ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି. ମୋହନା ପୋଲିସକୁ ମିଳିଥିବା ଖବର ଅନୁଯାଇ ଘର ବାରି ପଟୁ ମିଳିଲା ତିନୋଟି ଦେଶୀ ବନ୍ଧୁକ । ବିଶେଷ ସୂତ୍ରରୁ ଖବର ପାଇ ଅଡ଼ବା ପୋଲିସ୍ ଗରଡ଼ମା ପଞ୍ଚାୟତ ଅଧୂନ ରାଜଖମା ଗ୍ରାମର ପହଞ୍ଚିଥିଲା। ଗ୍ରାମର ୩ଟି ଘରକୁ ଖାନତଲାସ କରିବା ବେଳେ ଘର ବାରିପଟେ ଜାଳେଣି କା କାଠ ରଖା ଯାଇଥିବା ସ୍ଥାନରେ ସ୍ଥାନରେ ଅତର୍କିତ ଚଢ଼ାଉ ବେଳେ ପୋଲିସ ପାଇଥୁଲା ୩ଟି ଲୋଡ଼େଡ଼ ବନ୍ଧୁକ । ସେହି ଗ୍ରାମର ଶିବ, ଜଗଦୀଶ,ବିଜୟ ନାମକ ତିନୋଟି ବ୍ୟକ୍ତିଙ୍କ ଘରର ବାରିପଟୁ ପୋଲିସ ଜବତ କରିଥିବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଅଡବା ଆଇଆଇସି ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇ କହିଛନ୍ତି ଘଟଣା ନେଇ ତଦନ୍ତ ଜାରି ରହିଛି. ବନ୍ଧୁକ ରଖିଥିବା 3 ଜଣ ଘରେ ଉପସ୍ଥିତ ନଥିବାରୁ ଗିରଫ କରାଯାଇପାରିନି. ଅତି ତୁରନ୍ତ ଏମାନଙ୍କୁ ଗିରଫ କରାଯିବ. ତିନୋଟି ଦେଶୀ ସିଙ୍ଗଲ୍ ବେରେଲ୍ ନଜଲ୍ ଲୋଡିଙ୍ଗ୍ ବନ୍ଧୁକ । ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥ‌ିବା ବେଳେ ଚଢ଼ାଉ କାମକୁ ଜୋରଦାର କରାଯିବ ବୋଲି କହିଛନ୍ତି ଅଡବା ଥାନା ଅଧିକାରୀ ଶୁଭ୍ରାନୁ କୁମାର ପଣ୍ଡା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ