ନିଆଁରେ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ଲିପନୀକୁ ସହାୟତା ପାଇଁ ନିବେଦନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଲିପନୀ ରାଇକା ଚୁଲିର ନିଆଁ ଲାଗି ଶରୀରର 80 ଭାଗ ପୋଡି ଯାଇଛି. ଏହାର ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ସୂତ୍ରରୁ ସାହାର୍ଯ୍ୟ ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ମୋହନା ବ୍ଲକ ଅନ୍ତର୍ଗଚ ଲୁନ୍ଦାଗୁଡି ପଞ୍ଚାଯ ଞ୍ଚାୟତର ଜୁଲାମ୍ବ ଗ୍ରାମରେ ରହନ୍ତି ପାଲ ରାଇକା । ସେ ଜଣେ ଆଦିବାସୀ। ଖଟିଲେ ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଘରର ଚୁଲି ଜଳେ, ୬ ପ୍ରାଣୀ କୁଟୁମ୍ବ ଚଳନ୍ତି। କିନ୍ତୁ କପାଳ ଲିଖନ କେ କରିବ ଆନ ସ୍ଥିଚି ପାଲଙ୍କ ପାଇଁ ଆସି ଠିଆ ହେଲା । ଚାଙ୍କ ୭ ବର୍ଷର ଝିଅ ଲିପନୀ ଗଚ ଡିସମ୍ବର ୮ ଚାରିଖରେ ଚୁଲି ନିଆଁ ସଂସ୍ପର୍ଶରେ ଆସି ଅଧା ପୋଢିଗଲେ। ସୌଭାଗ୍ୟବଶତଃ ଲିପନୀ ସମ୍ମୁଖ ଭାଗ ଓ ମୁଣ୍ଡରେ ନିଆଁ ନଲାଗି ଶରୀରର ପଛ ଭାଗରେ ୮୦ ପ୍ରତିଶତ ପୋଡ଼ି ଯାଇଥିଲା I ପାଲ ରାଇକା ନିଜ ପାଖରେ ଥିବା ସମସ୍ତ ଟଙ୍କା ଧରି ଚେରମୂଳ ଔଷଧରେ ଚିକିତ୍ସା କରିଲେ । ହେଲେ ପୋଡା ଘା’ ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଯନ୍ତ୍ରଣାଦାୟକ ହୋଇଛି। ପାଲଙ୍କ ପରିବାର କହିଲେ ପତ୍ନୀ ଜୟନ୍ତୀ, ୩ ଝିଅ ଓ ଗୋଟିଏ ପୁଅ। ଘଟଣା ଦିନ ସକାଳ ୭ଟାରେ ପାଲ ରାଇକା ଏବଂ ସ୍ତ୍ରୀ ଜୟନ୍ତୀ କୁଲି କାମ ପାଇଁ ଘରୁ ବାହାରି ଚାରିଗଲେ। ଘରେ ସାନ ଝିଅ ଲିପନୀ ଏକୁଟିଆ ଥିଲା । ସେ ଶୋଇଥିବାବେଳେ ଚୁଲି ନିଆଁ ଚା ପଛପଟେ ଲାଗି ଯାଇଥିଲା। ଲିପନୀର ଶରୀର ୮୦ ପ୍ରତିଶଚ ଜଳି ଯାଇଥିଲା । ପଲା ଲିପନୀକୁ ସ୍କୁଲ ମ୍ବ,ରୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ଦେଇଥିବା ଏକ ମଲମ ନିଜ ସାଥିରେ ନେଇ ଆସିଥିଲେ । ପ୍ରତିଦିନ ଚାହା ପୋଢ଼ା ଘା’ରେ ଲଗାଇ ସରି ଯାଇଥିଲେ ମଧ୍ୟ ଅର୍ଥାଭାବ ହେତୁ ଆପ ଆଉ ମଲମଟିଏ। ଏ ସେ କିଣିପାରୁ ନାହାନ୍ତି । ଅଧିକ ଚିକିତ୍ସା ପାଇଁ ଅନ୍ଯଗ୍ର ନେବାକୁ ମଧ୍ୟ ପଲା ସାହସ କୁଳାଇପାରୁ ନାହ ହାନ୍ତି । ଫଳରେ ବିନା ଚିକିତ୍ସାରେ ଲିପନୀ ଜଳାପୋଢ଼ା 16 ଛଟପଟ ହେଉଛି । କେବଳ ମା ମା ମା ବୋଲି ଚିତ୍କାର 1ର କରି କରିବା ଛଡ଼ା ଆଉ ଆ କିଛି କହିପାରୁନି । ସେ । ସେପଟେ ବାପା ଓ ମାର ଛାଚି ଫାଟି ଯାଉଛି କୁନିଝିଅର ଚି ଚିତ୍କାର ଶୁଣି। ଅର୍ଥାଭାବ ଲିପନୀର ଚିକିତ୍ସାରେ ବାଧକ ସାଜିଛି କିଛି । ଘଟଣାର ୨୬ ଦିନ ପରେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ଏକ ଗାଡିରେଲିପନୀକୁ ଫେବ୍ରୁଆରୀ ୪ ଚାରିଖରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ହେଲେ ଲିପନୀକୁ ଚିକିତ୍ସା କରିବା ପାଇଁ ବହୁ ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି । ଡାକ୍ତରଙ୍କ କଥା ଶୁଣି ପାଲ ମୁଣ୍ଡରେ ହାଚ ଦେଇ ବସିଛନ୍ତି। ଲିପନୀ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ ନୂଚନ କୋଠାରେ ୯ ନଂ ବେଡ୍‌ରେ ଡ୍‌ରେ ରହି ଚିକିସିଚ ହେଉଛନ୍ତି । ଝିଅ ଚିକିତ୍ସା ପାଇଁ ସେ ଜନସାଧାରଣଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି । କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ଏହି ଗରିବ ଆଦିବାସୀ ପରିବାରକୁ ଆର୍ଥିକ ସହାୟଚା କରିବାକୁ ଚାହୁଁଥିଲେ, ପାଲ ରାଇକା, ଏସ୍‌ବିଆଇ ମୋହନା ଶାଖା, ଏକାଉଣ୍ଟ ନମ୍ବର ୩୩୭୯୬୫୪୨୦୨୩, ଆଇ ଏଫ୍ଏସ୍‌ସି କୋଡ୍ – SBN ୦୧ ୨୧୧୫ରେ ଆର୍ଥିକ ସହଯୋଗ କରିବାକୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ