ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚୁଭୁତି ସେକ୍ସନ ମତାଝରି ଗ୍ରାମର ବାଘୁଆ ନର୍ସରୀ ଠାରେ ଫେବୃୟାରୀ ୯ ତାରିଖ ଦିନ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ଜଙ୍ଗଲ ସୁରକ୍ଷା ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ, ଭଞ୍ଜନଗରଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦିପ କୁମାର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ବଂଶୀଧର ନାୟକ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ସମାଜସେବୀ କେ ନିଳମାଧବ ଆଚାରୀ, ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନ, ବନ ସୁରକ୍ଷା ସମିତି ସଭାପତି ଭାଇଗ ପ୍ରଧାନ, ଲଡୁ କିଶୋର ସେନାପତି, ବନପାଳ ପଲ୍ଲବୀ ନନ୍ଦ ଯୋଗଦେଇ ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଆଲୋଚନା କରିଥିଲେ। ଜଙ୍ଗଲରେ ନିଆଁ ନଲଗେଇବା, ଜଙ୍ଗଲ ମଧ୍ୟରେ ନିଆଁ ଲଗିବା ଦେଖିଲେ ତୁରନ୍ତ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାସହିତ ସମସ୍ତେ ମିଳିମିଶି ଜଙ୍ଗଲକୁ ସୁରକ୍ଷା ଦେଲେ ଜଙ୍ଗଲ ଆମର ଜୀବନ ରକ୍ଷା କରିବ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କରଚୁଲି ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ସୁରେଶ ପ୍ରସାଦ ସରାଫ ପରିଚାଳନା କରିଥିବା ବେଳେ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ