ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ କୃଷି ସଚେତନତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗୋଷାଣି ବ୍ଲକ୍ ସ୍ଥିତ ଖରସଣ୍ଡା ଗ୍ରାମରେ ଏମ୍.ଏସ୍ ସ୍ବାମୀନାଥନ୍ ସ୍କୁଲ ଅଫ୍ ଏଗ୍ରିକଲଚର ସାଇନସ୍ ଛାତ୍ରଙ୍କ ପକ୍ଷରୁ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ରମାନେ ଯଥା ଅମିତାଭ ବନ୍ଦୋପାଧ୍ୟାୟ , ନୀଲଞ୍ଜନ ଖଟୁଆ, ଏସ୍. ଏମ୍. ପରଭେଜ ନୱାଜ, କେ. ସୂର୍ୟା ତେଜା ଓ ଏମ୍. ସୋମିତ ଭାରତୀୟ କୃଷି ଗବେଷଣା ଦ୍ବାରା ପ୍ରାୟୋଜିତ ରାୱେ କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ପ୍ରତିକ ସ୍ଥିତିରେ ଜିବାମୃତ ପରି ଜୈବିକ ବିହନ ଚିକିତ୍ସା ଯାହା ବିହନରେ ଉଦ୍ଭିଦ ରୋଗର ବିସ୍ତାରକୁ ରୋକିଥାଏ ଓ ପଞ୍ଚଗବ୍ୟ ଯାହା ମାଟିର ଉର୍ବରତା ବୃଦ୍ଧି କରେ ତାହାର ପ୍ରସ୍ତୁତି ଏବଂ ବ୍ୟବହାର ଉପରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା l ଏହା ସହ ସମନ୍ୱିତ କୃଷି ପ୍ରଣାଳୀ, ବାଇଗଣ ଚାଷ ରେ କାଣ୍ଡ ଓ ଫଳ ବିନ୍ଧା ପୋକ ପୋକ ଚିହ୍ନଟ କରି ଏହାର ନିରାକରଣ ଏବଂ କୃଷକମାନଙ୍କୁ କୀଟନାଶକ ଛିଞ୍ଚିବା ସମୟରେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା ।ଏଥିରେ ଖରସଣ୍ଡା ଗ୍ରାମର ବହୁ ଚାଷୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ