ଏଫସିଆଇ ଗୋଦାମ ନିକଟରୁ ଆନ୍ଧ୍ର ମହିଳାଙ୍କ ମୃତ ଦେହ ଠାବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଏଫସିଆଇ ଗୋଦାମ ନିକଟସ୍ତ କାଜୁ ତୋଟାରେ ଏକ ମହିଳାଙ୍କ ମୃତ ଦେହ ଠାବ କରିଛି କାଶୀନଗର ପୋଲିସ। ମହିଳା ଜଣକ ହେଲେ ଆନ୍ଧ୍ରର ବଳଦା ଗ୍ରାମର ଜେ ରାମା ରାଓଙ୍କ ପତ୍ନୀ ଜେ.ଉଷା ରାଣୀ ବୋଲି ଜଣାପଡିଛି। ମୃତ ମହିଳାର ଦୁଇଟି ଝିଅ ଥିବା ବେଳେ ବଳଦା ଗ୍ରାମ ଭଳିନ୍ଟର ଭାବେ କାମ କରୁଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ସେ ମଙ୍ଗଳବାର ଅପରାହ୍ନରେ ଘରରୁ ବାହାରକୁ ଯାଇଥିବା ନେଇ ପରିବାର ସୂତ୍ରରୁ ପ୍ରକାଶ। ସନ୍ଦ୍ୟା ୫.୩୦ ସମୟରେ ଏଫସିଆଇ ଗୋଦାମ ନିକଟସ୍ତ ଅଞ୍ଚଳବାସୀ ମୃତଦେହ ପଡ଼ିଥିବା ଦେଖି କାଶୀନଗର ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଏସଡିପିଓ ମାଧବାନନ୍ଦ ନାୟକ ଓ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବୁଧୁବାର ସକାଳ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଏସଡିପିଓ ନାୟକ କହିଛନ୍ତି । ମହିଳା ଜଣଙ୍କୁ କେହି ଜଣେ ହତ୍ୟା କରିଥିବା ନେଇ ସନ୍ଦେହ କରୁଛନ୍ତି ପରିବାର ବର୍ଗ। ଅଜି ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚୀ ସମସ୍ତ ଜାଞ୍ଚ କରିଥିଲେ ଏହାପରେ ସବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଟେଇ ଦେଇଥିଲେ। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ