ନବାଗତ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ ପରେ ନ୍ଯୁ ପ୍ରେସ୍ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶୁକ୍ରବାର ଦିନ ପାଟପୁର ଥାନାରେ ନବାଗତ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହିପରିପ୍ରେକ୍ଷୀରେ ଅପରାହ୍ନରେ ନ୍ଯୁ ପ୍ରେସ୍ କ୍ଳବ ପକ୍ଷରୁ ନବାଗତ ଥାନା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିକଟରେ ଅଧିକାରୀ ଜଣକ କନ୍ଧମାଳ ଜିଲ୍ଲା ଜି . ଉଦୟଗିରି ଥାନାରେ କାର୍ଯ୍ୟରତ ରହିଥିଲେ । ଏହା ପୂର୍ବରୁ ପାଟପୁର ଥାନାରେ ଦାୟିତ୍ୱରେ ରହିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଗଜପତି ଜିଲ୍ଲାକୁ ବଦଳି ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାଟପୁର ଥାନା ପକ୍ଷରୁ ନବାଗତ ଥାନା ଅଧିକାରୀ ଶ୍ରୀ ସ୍ବାଇଁଙ୍କୁ ସ୍ବାଗତ ଓ ପୂର୍ବତନ ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦମନ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି ନବାଗତ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହି ସମ୍ବର୍ଦ୍ଧନା ସମୟରେ ନ୍ଯୁ ପ୍ରେସ୍ କ୍ଳବ୍ ସଭାପତି ପଦ୍ମଲୋଚନ ପାଣିଗ୍ରାହୀ , ସଂପାଦକ ସନ୍ତୋଷ କୁମାର ଦାସ , ସଦସ୍ୟ ଶିବରାମ ସ୍ବାଇଁ , ପ୍ରଫୁଲ୍ଲ କୁମାର ସାବତ , ରଘୁନାଥ ନାୟକ , ଅଜୟ କୁମାର ସ୍ବାଇଁ , ଉପେନ୍ଦ୍ର ଦୋରା , ସପନ ଦାସ , କିରଣ କୁମାର ବେହେରା ଥାନାରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ