ଜୀବା ପଞ୍ଚାୟତରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଜିଲ୍ଲା ଗୁମ୍ମା ବ୍ଲକ ଜୀବା ପଞ୍ଚାୟତରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବ ସରପଞ୍ଚ ଏଡେଙ୍ଗ ଶବରଙ୍କ ନେତୃତ୍ବରେ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷକ ରମାକାନ୍ତ ପଟ୍ଟନାୟକ ଓ ସମ୍ମାନିତ ଅତିଥ୍‌ ଭାବେ ପ୍ରେମ୍ ଅନୁଷ୍ଠାନର ବରିଷ୍ଠ କର୍ମୀ ଲାଜାର୍ ଲିମା ଯୋଗ ଦେଇଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତିନାଟ୍ୟ, ପ୍ରବନ୍ଧ, ବକ୍ତୃତା ଓ ଏହି ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କ ଆଲୋଚନା ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଉତ୍ତମ ବକ୍ତା ଭାବେ ଶିକ୍ଷକ ରମାକାନ୍ତ ପଟ୍ଟନାୟକ ଓଉତ୍ତମ ସ୍ଵେଚ୍ଛାସେବୀ ଭାବେ ଶ୍ରୀ ଲୀମାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ କଳିଙ୍ଗ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ