ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ କୁଶ ପୀତ୍ତୁଳିକା ଦାହ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ରେ ବାଲେଶ୍ୱର ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୀତ୍ତୁଳିକା ଦାହ କରାଯାଇଛି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା, ଗତ ଗୁରୁବାର ଓଡିଶା ଗ୍ରସ୍ତରେ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଆସିଥିବା ରାହୁଲ ଗାନ୍ଧୀ ଝାରସୁଗୁଡା ଠାରେ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ରାହୁଲ କହିଥିଲେ ଯେ ମୋଦୀ ଆରମ୍ଭରୁ ଓବିସି ନଥିଲେ 2000 ମସିହାରେ ରେ ବିଜେପି ତାଙ୍କୁ ଓବିସି କରିଥିଲା ବୋଲି କହିଥିଲେ ଏନେଇ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ଆଜି ବାଲେଶ୍ୱର ସହରର ବିଚାରଗଞ୍ଜ ଫାଣ୍ଡି ଛକ ଠାରେ ରାହୁଲ ଗାନ୍ଧୀଙ୍କ କୁଶ ପିତୁଳିକା ଦାହ ସମୟରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବରିଷ୍ଠ ଆଇନ ଜୀବି ବିଜୟ ପାଣିଗ୍ରାହୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରା ରେଖା ମହାପାତ୍ର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର,କୃଷକ ମୋର୍ଚ୍ଚା ସଭାପତି ଅନିଲ ସାହୁ, ଜିଲ୍ଲା ମିଡ଼ିଆ ସହ ସଂଯୋଜକ ରଣଜିତ ପୃଷ୍ଟି,ନିତୁନ ସାହା,ମମତା ପ୍ରଧାନ, ବିକାଶ ଗିରି, ସୁଦାମ ଦାସ, ବାପୁଜୀ ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ସାହା, ଖଗେନ୍ଦ୍ର ନାୟକ,ଯୋଗେନ ଚନ୍ଦ୍ର ରଣା,ନାରାୟଣ ମୋହନ୍ତ, ଜିତେନ୍ଦ୍ର ଷଡ଼ଙ୍ଗୀ, ପ୍ରଶାନ୍ତ ପରିଡା, ପ୍ରଶାନ୍ତି ପଣ୍ଡା, ତରୁଲତା ମହାନ୍ତି, ରମେଶ ଟୁଡୁ, ଜୀବନ ପାତ୍ର, ଲକ୍ଷ୍ମୀଧର ବେହେରା, ଦିପୁନ ଦାସ,ସଂଜୀବ ପ୍ରଧାନ,ପ୍ରଦୀପ ବେହେରା, ବିଜୟ ନାୟକ, ଗାଲକ ଦାସ ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ, ରାହୁଲ ଗାନ୍ଧୀ ଙ୍କ ବାରମ୍ବର ମୋଦୀ ଙ୍କ ପ୍ରତି ଆକ୍ଷେପ ଓ ଓବିସି ଙ୍କ ପ୍ରତି କଟାକ୍ଷ ମନ୍ତବ୍ୟ ପାଇଁ ଭୁଲ ମାଗନ୍ତୁ ବୋଲି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ବେହେରା କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ