ୟୁନାଇଟେଡ୍ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଶିଶୁମାନଙ୍କୁ ଚାପଗ୍ରସ୍ତ ନ କରି ଶିକ୍ଷାଦାନ ଉପରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଗୁରୁତ୍ୱ ଦେବାକୁ ୟୁନାଇଟେଡ୍ ପବ୍ଲିକ୍ ସ୍କୁଲ୍‌ର ୧୮ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତି କରିଛନ୍ତି । ଭୀମପୁରା, କାଳିଦାସପୁରଠାରେ ୟୁନାଇଟେଡ୍ ପବ୍ଲିକ୍ ସ୍କୁଲ୍‌ର ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ମୁଖ୍ୟବକ୍ତା ‘ଏଇଠୁ ଆରମ୍ଭ’ ସମ୍ବାଦପତ୍ରର ମୁଖ୍ୟ ଶୁଭେନ୍ଦୁ ଦାସ ଓ ରୋଟାରିଆନ୍ ଯଶୋଦାନନ୍ଦନ ଆଶ୍ ଯୋଗଦେଇ ଆଜିର ଛାତ୍ରଛାତ୍ରୀ ତଥା ଦେଶର ଭବିଷ୍ୟତ ନାଗରିକମାନଙ୍କୁ ଏବେଠାରୁ ସମାଜପ୍ରତି ସେମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱବୋଧ ସହ ନୈତିକତାର ଶିକ୍ଷା ଦିଆଗଲେ ଭବିଷ୍ୟତରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତ ଦେଇଥିଲେ । ପରିଚାଳନା କମିଟିର ସଂପାଦକ ଶଦ୍ରକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ସିଲାବସ୍ ସହିତ ସେମାନଙ୍କ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦିଆଯାଉଥିବାର ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସୁରଭିଲତା କଟ୍‌ସି ତାଙ୍କ ବିବରଣୀରେ ଦୀର୍ଘ ୧୮ବର୍ଷ ଧରି ବିଦ୍ୟାଳୟ ପରିଚାଳନାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିବାପରେ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର କ୍ରୀଡ଼ା ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡାଲ୍ ପ୍ରଦାନ କରାଯାଇଥିଲା । ଶିକ୍ଷକ ପଙ୍କଜ କୁମାର ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଭାକାର୍ଯ୍ୟ ପରେ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରତନ କୁମାର ଘୋଷ, ପ୍ରଭାସିନୀ ଶତପଥି, ଶ୍ରୀମତୀ ଦଳାଇ, ଗୌରୀବାଳା ପାଢ଼ୀ, ସସ୍ମିତା ପାହାଡ଼ସିଂହ, କ୍ରଷମା ମୁର୍ମୁ, ପ୍ରିୟଙ୍କା ବିନ୍ଧାଣୀ, ମନୀଷା କୁମାରୀ, ଅର୍ପିତା ବାରିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ମାନି ସିଂ, ଦୀପୁ ସିଂ, ବିଶ୍ୱନାଥ ସୋରେନ୍‌, ଅଭିଷେକ ଦାସ, ରଘୁ ହେମ୍ବ୍ରମ୍‌, ବସନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ଅଭିଭାବକ ଓ ସ୍ଥାନୀୟ ଅଧିବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ