ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ବିବିଧ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଉପାନ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମୂଖ୍ୟତଃ ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ସହ ବିଦ୍ୟାଳୟର ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ। ଗୁମ୍ମା ବ୍ଲକରେ କାର୍ଯ୍ୟକ୍ଷମ ମୁଖ୍ୟମନ୍ତ୍ରୀ ସତନ୍ତ୍ର ସହାୟତା ଯୋଜନାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ସହ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲାପାଳ। ଗୁମ୍ମା ବ୍ଲକ ସଦର ମହକୁମା ଆଦର୍ଶ ବିଦ୍ୟାଳୟ,ଗୁମ୍ମା ପ୍ରାଥମିକ ବିଦ୍ୟାଳୟ,କସ୍ତୁରବା ବାଳିକା ବିଦ୍ୟାଳୟ, ଗାଇବା ଉଚ୍ଚ ବିଦ୍ୟାଳୟ,ପରିଡ଼ା ଆଶ୍ରମ ବିଦ୍ୟାଳୟ,କୃଷ୍ଣଚନ୍ଦ୍ର ପୁର ବାଳିକା ବିଦ୍ୟାଳୟ,ସରକାରୀ ବିଦ୍ୟାଳୟ ମୁନୁସିଂ,ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୁମ୍ମା ଠାରେ ନୂତନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ ଜିଲ୍ଲାପାଳ।ଗୁମ୍ମା ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ,କସ୍ତୁରବା ବାଳିକା ବିଦ୍ୟାଳୟରେ ଶୌଚାଳ,ପିଇବା ପାଣି ଓ ଅକ୍ଷମ ବିଦ୍ୟାଳୟ ନଷ୍ଟ କରିବାକୁ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ସମୀକ୍ଷା ସମୟରେ ଗୁମ୍ମା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ,ଜିତେନ୍ଦ୍ର ପାଣି, କେଦାରନାଥ କାର୍ଜି,ଡ଼ଃ ରାଜୀବ ଲୋଚନ ସେନାପତି, ମିହିରଲାଲ ପାଣି ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।ଏନେଇ ଗୁମ୍ମା ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରାଯିବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ