ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଉପସ୍ଥିତ ରହି ଜନ ଶୁଣାଣୀ କରିଥିଲେ । କେତକ ଅଭିଯୋଗ ଗୁଡିକର ଆସୁ ସମାଧାନ ହୋଇଥିବା ବେଳେ ଆଉ କେତକ ଅଭିଯୋଗ ଗୁଡିକ ର ସମାଧାନ ନିମନ୍ତେ ବିଭଗୀୟ ଅଧିକାରୀ ନିକଟ କୁ ପଠାଯାଇଥିଲା, ଆଜିର ଜନ ଶୁଣାଣୀରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ସମୁଦାୟ ୨୭୪ ଗୋଟି ଆବେଦନର ଶୁଣାଣୀ କରାଯାଇଥିଲା , ସେଥିମଧ୍ୟ ରୁ ୨୫୨ ଟି ଅଭିଯୋଗ ବ୍ୟକ୍ତିଗତ ରହି ଥିବା ବେଳେ ୨୨ଟି ଅଭିଯୋଗ ସାମୁହିକ ଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ପକ୍ଷରୁ ୨ ଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ, ଜଣଙ୍କୁ ହୁଇଲଚ୍ୟାୟାର ଏବଂ ଦୁଇଜଣ ଦୃଷ୍ଟିହୀନ ଯୁବକ ଙ୍କୁ ଲାପଟପ ବଣ୍ଟନ କରାଯାଇଥିଲା । ସେହିପରି ରେଡକ୍ରସ ପାଣ୍ଠି ରୁ ଜଣଙ୍କୁ ୧ ୫ ହଜାର ଟଙ୍କା ଏବଂ ଆଉ ଜଣକୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା, ଅଭିଯୋଗ ପ୍ରକୋଷ୍ଠରେ ଗଞ୍ଜାମ ଜିଲ୍ଲାପରିଷଦ ର ସିଡିଓ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ,ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ