ବିଜେଡି ର ବିଶାଳ କର୍ମୀସମ୍ମିଳନୀ, ଯୋଗଦେଲେ ବିଧାୟକଙ୍କ ସମେତ ବହୁ ନେତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ନାମରେ ବିଜେଡି ତାର ନିର୍ବାଚନ ବିଗୁଲ ବଜାଇଛି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଅଣା ପଡିଆ ଠାରେ ଆଜି ବିଜେଡିର ବିଶାଳ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀସମ୍ମିଳନୀରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ଜିଲା ଯୁବ ବିଜେଡି ସଭାପତି ରାକେଶ ରାମ ପ୍ରମୁଖ ଯୋଗଦେଇ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁ ଶାସନ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ବିଜେଡିକୁ ପୁନର୍ବାର ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ରମଣୀ ନାଇକ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ ରାଉତ, ଦେବପ୍ରିୟ ପାତ୍ର, ମମତା ତ୍ରିପାଠୀ, ସତ୍ୟବ୍ରତ ରାମ, ଦେବକୀ ନାୟକ, କିଶୋର ଜେନା, ଜିତେନ୍ଦ୍ର ସାମଲ, କୌଶଲ୍ୟା ସେଠୀ, ସୁକାନ୍ତି ଯେନା, ସୁରେଶ୍ୱରୀ ସାଗରିକା ଜେନା ପ୍ରମୁଖ ଯୋଗଦେଇ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରିବା ସହିତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେଡିକୁ ବହୁ ମତରେ ଜିତାଇବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ଜେନା, ଅଭୀମନ୍ୟୁ ସେଠୀ, ସରପଞ୍ଚ ଚିନ୍ମୟ ନାୟକ, ରବିନ୍ଦ୍ର ଯେନା, ବିରେନ ବିଶ୍ୱାଳ, ସୁରେନ୍ଦ୍ର କାଣ୍ଡି, ରବିନ୍ଦ୍ର ନାୟକ, ରବିନ୍ଦ୍ର ସାହୁ, କାମପାଳ ନାୟକ, ଶଶାଙ୍କ ଶେଖର ପୁହାଣ, ବିଶ୍ୱନାଥ ନାୟକ, ଝୁଲୁ ଆୟତ, ଦିନେଶ ସେଠୀ, ବସନ୍ତ ପଢ଼ିଆରୀ, ବିଜୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ଲୋକ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ