ପଞ୍ଚାୟତରେ “ଆମ ଓଡିଶା- ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ରଘୁନାଥ ସ୍ଥିତ ମା ଗୋଜବାୟାଣୀ ମନ୍ଦିର ନିକଟରେ ନରେନ୍ଦ୍ରପୁର ପଞ୍ଚାୟତ ସ୍ତରୀୟ “ଆମ ଓଡିଶା -ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି | ପଞ୍ଚାୟତର ସମସ୍ତ ବିକାଶ ଦିଗରେ ଆଲୋଚନା କରିବା ସହିତ ଗ୍ରାମାଞ୍ଚଳ ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ନେଇ ଲୋକଙ୍କୁ ସଚେତନତା କରାଯାଇଥିଲା | ଏହି ଅବସର ରେ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା | ଏଥିରେ ରାଜ୍ୟ କୃଷି ବିପଣନ ନିଗମ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ନରେନ୍ଦ୍ରପୁର ସମିତି ସଭ୍ୟା ବି. ସୋନାଲି ସେନାପତି,ଯୁବନେତା ବି. ଅଲିଅଳ ସେନାପତି,ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ. କିଶୋର ରେଡ୍ଡୀ, ଶ୍ରମିକ ନେତା ଶଙ୍କରପ୍ରସାଦ ଦାଶ,ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ସୁଶାନ୍ତ କୁମାର ସାହୁ ଓ ଅଶୋକ ପାଣିଗ୍ରାହୀ , ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ,ବିଜୟ ପଣ୍ଡା, ଜଗନ୍ନାଥ ସାବତ, ବିସିସି ବ୍ୟାଙ୍କ ଡାଇରେକ୍ଟର ଦୁର୍ଯ୍ୟୋଧନ ପରିଡା, ଏନ ୱାର୍ଧ ରାଜୁଲୁ ରେଡ୍ଡୀ,ଆଇନଜୀବି ମନୋଜ କୁମାର ପାଢ଼ୀ ଓ ପି. ଧର୍ମା ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ,ଜିଆରଏସ ରଶ୍ମିତା ଙ୍କ ସମେତ ବହୁ ଜନ ପ୍ରତିନିଧି,ମିଶନ ଶକ୍ତି ର ମହିଳା ,ଭଦ୍ର ବ୍ୟକ୍ତି ଏବଂ ଜନ ସାଧାରଣ ମାନେ ଯୋଗଦେଇଥିଲେ l ବାଘ ନାଚ, ରଣପ୍ପା, ଓଡିଶୀ ନୃତ୍ୟ ସହ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏହି ଅବସର ରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗଦେଇ ବିଭାଗପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କ ରେ କହିଥିଲେ |ଏହି ଅବସର ରେ ସମାଜସେବୀ ଗଣପତି ସାହୁ ଙ୍କ ସହ ପଂଚାୟତ ସମସ୍ତ ଗ୍ରାମ ର ଭଦ୍ର ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ