ଶ୍ରୀଜଗନ୍ନାଥ ନୂତନ ମନ୍ଦିର ନିର୍ମାଣ ପାଇଁ ୫୧ ହଜାର ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି. ପାରଳାଖେମୁଣ୍ଡି ସହରର ଓମ ଶାନ୍ତି କଲୋନୀର ଶଙ୍କର ବଡ଼ଘର 51 ହଜାର 51 ଟଙ୍କା ନୂତନ ମନ୍ଦିର ନିର୍ମାଣ ସକାଶେ ପ୍ରଦାନ କରିଛନ୍ତି. ସେହିପରି ଦାମନଯୋଡିର ଜୀବନ କୁମାର ମିଶ୍ର 10 ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣରେ ସହାଭାଗିନୀ ହୋଇଛନ୍ତି. ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଏହି ଅର୍ଥ ରାଶି ଗ୍ରହଣ କରିଛନ୍ତି. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମଦିର ନିର୍ମାଣରେ ସହାଭାଗିନୀ ହୋଇଥିବା ଏହି ୨ ପରିବାରଙ୍କୁ କମିଟି ତରଫରୁ ସାଧୁବାଦ ପ୍ରଦାନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ