ପରକୀୟା ପ୍ରୀତି ଯୋଗୁଁ ପ୍ରେମିକ ସହ ମିଶି ହତ୍ୟା ମାମଲାରେ ୪ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପରକୀୟା ପ୍ରୀତିକୁ କେନ୍ଦ୍ରକରି ପ୍ରେମିକ ସ‌ହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରି ଫିଙ୍ଗି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଅଡ଼ବା ପୋଲିସ ୪ବର୍ଷ ପରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ବାଗେଶ୍ବରପୁର ଗାଁର ବିଜୟ ସାମନ୍ତରା। ୨୦୨୦ ଜାନୁୟାରୀ ୧ରେ ଘଟିଥିଲା ଏହି ସୂନାଯୋଗ୍ୟ, ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅଫିସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଯୁବରାଜ ଚାନ୍ଦି ବଗେଶ୍ୱରପୁର ଗ୍ରାମର ବିଜୟ ମୁନିଗୁଡାରେ ରହି ଫଳ ବ୍ୟବସାୟ କରୁଥିଲେ। ଏହି ସୟରେ ଯୁବରାଜଙ୍କପତ୍ନୀ ନିବେଦିତାଙ୍କ ସହିତ ବିଜୟଙ୍କ ପ୍ରେମ ସମ୍ପର୍କ ଗଢି ଉଠଥିଲା। ହେଲେ ଏଥିରେ ସ୍ବାମୀ କଣ୍ଟା ସାବୁଥିଲେ। ତେଣୁ ସ୍ବାମୀ ଯୁବରାଜଙ୍କୁ ହଟାଇବା ପାଇଁ ଇଁ ଶ୍ରୀ ନିବେଦିତା ଓ ପ୍ରେମିକ ବିଜୟ ମିଶି ଯୋଜନା ?ନା କରିଥିଲେ। ଜଣେ ସୁପାରିକିଲରଙ୍କୁ ୩୦ ହଳ ଲାର ଟଙ୍କା ଦେଇ ଜାନୁୟାରୀ ୧ରେ ଘରେ ହତ୍ୟା କରି ମୃତଦେହକୁ ଏକ ବେଡସିଟରେ ଗୁଡ଼ାଇ ଅଡ଼ବା ଥାନା ନିକଟରେ ଫିଙ୍ଗି ଦେଇଥିଲେ। ପୋଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭକରିଥିଲା । ସ୍ତ୍ରୀ ନିବେଦିତା ଓ ଦୁଇ ସହଯୋଗୀ ଗଞ୍ଜାମ ଜିଲା ହିଞ୍ଜିଳି ଆନା ଖରିଡ଼ା ରିଡ଼ା ଗ୍ରାମର ପ୍ରମୋଦ କୁମାର ବେହେରା, ଆସ୍କା ଥାନା ଖଣଭାଗ ଗ୍ରାମର ଅନିଲ କୁମାର୍ ବେହେରାଙ୍କୁ ଗିରପ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିଦିନଠାରୁ ମୁଖ୍ୟ ଅଭିଯୁକ୍ତ ବିଜୟ ତାମିଲନାଡୁ ପଳାଇ ଯାଇଥିଲେ। ନିକଟରେ ବିଜୟ ଗ୍ରାମକୁ ଆସିଥିବା ଖବର ପାଇ ଅଡ଼ବା ପୋଲିସର ଏକ ଟିମ ଶୁକ୍ରବାର ବାଗେଶ୍ବରପୁର ଗାଁରୁ ବିଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ