କଂସାର ପଞ୍ଚାୟତରେ ଆଲୋକି କରଣ ପ୍ରକଳ୍ପ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ହଳଦିଢିଅ ଠାରୁ କାଙ୍କଦିଆ କେନାଲ ପର୍ଯ୍ୟନ୍ତ ରାସ୍ତା ପାଶ୍ୱରେ ଆଲୋକି କରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କଂସାର ଗ୍ରାମମପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ ଅତିଥର ଭାବରେ ଯୋଗଦେଇ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞନ ରାଉତ, ସମିତି ସଭ୍ୟ ସରୋଜ ରଞନ ଜେନା, ୱାର୍ଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା, ମନୋଜ ନାୟକ, ପରମାନନ୍ଦ ରାଉତ, ପ୍ରଦିପ ପରିଡା, ଗଣେଷ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ୍ୱର ପ୍ରଧାନ, ଚିନ୍ମୟୀ ସାହୁ, ଅମ୍ବିକା ପ୍ରସାଦ ପରିଡା, ରବୀନ୍ଦ୍ରନାଥ ପଣ୍ଡା, ସୁମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ