ବିଶ୍ୱ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ କବି ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): କାଶୀନଗର ବ୍ଲକ ସମ୍ମିଳନୀ ପ୍ରକୋଷ୍ଠ ଠାରେ ବିଶ୍ୱ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଉପଲକ୍ଷେ ମିଶନ ଶକ୍ତି ସଦସ୍ୟା ଙ୍କୁ ନେଇ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି. ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଜତ କୁମାର ପଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ ଉପସ୍ଥିତ ଥିଲେ. ଏହି ସମ୍ମିଳନୀ କକ୍ଷ ରେ ଉପସ୍ଥିତ ଥିବା ମିଶନ ଶକ୍ତି ମହିଳା ମାନଂକୁ ନେଇ ସ୍ୱରଚିତ କବିତା ପାଠ କରାଯାଇଥିଲା. ଯୁକ୍ତ ତିନି ଶ୍ରୀରାମ ସ୍ନାତକ ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ବିଚାରକ ଭାବେ ଉପସ୍ଥିତ ଥିଲେ. କାଶୀନଗର ବ୍ଲକ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରିକ, ଖଗେଶ୍ୱର ମେହେର ଓ ଜନତା ଗମାଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ସ୍ୱରଚିତ କବିତା ପାଠରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଦସ୍ୟାଙ୍କୁ ଉତ୍ତରୀୟ ଓ ମାନ ପତ୍ର ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ପ୍ରଥମ ହିନା ବଳି,ଦ୍ଵିତୀୟ ସନ୍ଧ୍ୟା ରାଣୀ ପଣ୍ଡା ଓ ତୃତୀୟ ଦିଲେଶ୍ଵରୀ ପାତ୍ର ସ୍ଥାନ ଅଧିକାର କରିଥିଲେ. ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମନିତ କରଯାଇଥିଲା. କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡା ଙ୍କ ନିର୍ଦେଶ କ୍ରମେ କାର୍ଯ୍ୟକ୍ରମ ସମ୍ପାଦନା କରାଯାଉଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ