ଜାଭିଏର୍ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ହେଉ କି ଓଡ଼ିଆ ମାଧ୍ୟମ ଵିଦ୍ୟାଳୟ, ଯେଉଁଥିରେ ଇଚ୍ଛା ପଢ଼। ଵହୁତ ପାଠ ପଢି କ୍ଷମତା ସଂପନ୍ନ ରୋଜଗାରକ୍ଷମ ଵ୍ୟକ୍ତି ଭାବରେ ପ୍ରତିଷ୍ଠିତ ହୁଅ। କିନ୍ତୁ ନିଜର ମାତୃଭାଷା ଓଡିଆ ଏଵଂ ମାତୃଭୂମି ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଭୁଲିଯାଅନି। ସର୍ବୋପରି ଭଲ ମଣିଷଟିଏ ହେଵା ପାଇଁ ସଂକଳ୍ପବଦ୍ଧ ହୁଅ” କୋଣାର୍କସ୍ଥିତ ଜାଭିଏର୍ ହାଇସ୍କୁଲର ବାର୍ଷିକ ଉତ୍ସବରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଵୁଧଵାର କୋଣାର୍କର ମାଧିପୁର ଛକ ସ୍ଥିତ ଜାଭିଏର୍ ହାଇସ୍କୁଲର ପ୍ରତିଷ୍ଠାତା ଚେୟାରମ୍ୟାନ ସମୀର କୁମାର ଭୂୟାଁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପୁରୀ ଵିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି, ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ଵ୍ରହ୍ମା ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ ଜାଭିଏର୍ ଗୃପ୍ ଅଫ୍ ସ୍କୁଲର ନିର୍ଵାହୀ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ତ୍ରିପାଠୀ, ଚୌଦାରସ୍ଥିତ ଜାଭିଏର୍ ହାଇସ୍କୁଲର ଚେୟାରମ୍ୟାନ ଶକ୍ତିପ୍ରସାଦ ମହାନ୍ତି, ନିଳାଦ୍ରୀ ବିହାର ଜାଭିଏର୍ ସ୍କୁଲର ସଂପାଦିକା ସବିତା ତ୍ରିପାଠୀ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ଓ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ପାଠପଢି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜାଭିଏର୍ ହାଇସ୍କୁଲର ଦିବଂଗତ ଅଧ୍ୟକ୍ଷା ଲିଜାଲିନ୍ ପାତ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଜାଭିଏର୍ ହାଇସ୍କୁଲର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ଦାଶ ଅନୁଷ୍ଠାନର ବାର୍ଷିକ ଵିଵରଣୀ ପାଠ କରିଥିଲେ। ଵିଦ୍ୟାଳୟର ଉପାଧ୍ୟକ୍ଷ ଅତୁଲ କୁମାର ପତି ସଭା ସଂଚାଳନ କରିଥିଲେ । ଏହି ଅଵସରରେ ଵିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ଆଶୁତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଵିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମଲ୍ଲିକ, କୁନିଲତା ସ୍ୱାଇଁ, କାଦମ୍ବିନୀ ପାତ୍ର, ଶୁଭସ୍ମିତା ସାହୁ, ମିଲନମୈତ୍ରୀ ଵରାଳ, ଶ୍ରାଵଣୀ ପ୍ରଧାନ, ଶିକ୍ଷକ ବାଦଲ କୁମାର ସ୍ୱାଇଁ, ସଂଜୀବ କୁମାର କାଣ୍ଡି, ଜଗନ୍ନାଥ ସ୍ୱାଇଁ, ଚିନ୍ମୟ କୁମାର ପ୍ରଧାନ ଓ ଆକାଶ ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ