ବଂଶଧରା ପାଠାଗାରରେ ବିଶ୍ୱ ଓଡ଼ିଆ ସାହିତ୍ୟ ସମ୍ମିଳନୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ବଂଶଧରା ପାଠାଗାର ମଧ୍ୟରେ ବିଶ୍ୱ ଓଡ଼ିଆ ସାହିତ୍ୟ ସମ୍ମିଳନୀ ପରି ପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନ ଏ ସି ଉପାଧ୍ୟାକ୍ଷ ରଘୁରାମ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାଶୀନଗର ବ୍ଲକ ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ଓ ଡ଼ ସୌମ୍ୟ ରଞ୍ଜନ ଦାସ ଉପସ୍ଥିତ ଥିଲେ. ଏହି ବିଶେଷ ଦିବସ ରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନୂତନ ଭାବେ ଜଇନ ହୋଇଥିବା ଦୁଇ ଯୁବ ଡାକ୍ତରଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ସମ୍ବର୍ଦ୍ଧନା ଦେବା ପରେ ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର ନିମନ୍ତେ ପାଠାଗାରର ଆବଶ୍ୟକତା ବିଷୟରେ ଏକ ଆଲୋଚନା କରାଯାଇଥିଲା. ଏହି ଆଲୋଚନାରେ କାଶୀନଗର ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସାହିତ୍ୟିକ ରବୀନ୍ଦ୍ର ମଲ୍ଲିକ, ସାମ୍ବାଦିକ ରାଜେଶ ପଟନାୟକ, ମନୋଜ ଚୌଧୁରୀ, କବିରାଜ ରମାକାନ୍ତ ପାତ୍ର ଓ କାଶୀନଗର ବ୍ରାହ୍ମଣ ସମାଜ ସଭାପତି ସୁବାସ ବିଶ୍ବସରାୟ ଯୋଗ ଦେଇ ଉତ୍କଳର ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପାଠାଗାର ମଧ୍ୟରେ ଥିବା ବିଭିନ୍ନ ଉପଯୋଗୀ ପୁସ୍ତକ ମାନ ବୁଲି ଦେଖିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ