ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମଙ୍ଗଳବାର ପୂର୍ବାହଣରେ ସ୍ଥାନୀୟ ନୃତ୍ୟ ସଙ୍ଗିତ କଳାମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ବୈଦ୍ୟନାଥ ଷଡଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର୨୧ଟି ବରିଷ୍ଠ ନାଗରିକ ମଂଚର ଶତାଧିକ ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଦାମୋଦର ନାୟକ ବୈଠକର ଉଦ୍ଦେଶ୍ୟ ଓ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା କମିଟି ବୈଠକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉପସଭାପତି ଅର୍ନ୍ତଯ୍ୟାମୀ ପ୍ରଧାନ ଦାବି ପ୍ରସ୍ତାବ ପାଠ କରିଥିଲେ । ମଂଚର ପ୍ରତିଷ୍ଠାତା ବରିଷ୍ଠ ସଦସ୍ୟ ଶରତଚନ୍ଦ୍ର ଦାଶ ଉପସ୍ଥିତମାନଙ୍କୁ ଶୁଭେଛା ଜଣାଇଥିଲେ । ମଂଚର ଉପଦେଷ୍ଟା କମଳାକାନ୍ତ ବେହେରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ ଆଇନ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ବିଭିନ୍ନ ଆଂଚଳିକ କମିଟି ଓ ଜିଲ୍ଲା କମିଟି ଦେବବ୍ରତ ପାଣିଗ୍ରାହୀ,ନିରଞ୍ଜନ ରାଉତ,ବଂଶୀଧର ନାୟକ,ଗୁରୁକଲ୍ୟାଣ ନନ୍ଦ,କୁମୁଦ ରଞ୍ଜନ ଗିରି,ସନ୍ୟାସୀ ବେହେରା,ଶରତ କୁମାର ମହାପାତ୍ର,ରାଜେନ୍ଦ୍ର ନାଥ ରାଉତ,ଶରତ କୁମାର ବିଶ୍ୱାଳ,ବିଷ୍ଣୁ ପ୍ରସାଦ ମହାନ୍ତି,ରବୀନ୍ଦ୍ର ପ୍ରହରାଜ,ସୁରେନ୍ଦ୍ରନାଥ ପଣ୍ଡା,ଦୀନବନ୍ଧୁ ଲେଙ୍କା,ପ୍ରତୀମା ପଣ୍ଡା,ଡମ୍ବରୁଧର ବେହେରା,ଆଇନଜିବୀ ଲଳିତ କୁମାର ମିଶ୍ର,ଦାମୋଦର ଦାସମହାପାତ୍ର,ଉମେଶଚନ୍ଦ୍ର ମହାନ୍ତି, ବିଧାନଚନ୍ଦ୍ର ରାୟ,ବିପ୍ଳବ କୁମାର ମହାନ୍ତି,ଯଶୋଦା ନନ୍ଦନ ଆଶ,ଲୋଚନ ବେହେରା ଓ ସୋମନାଥ ନାୟକ ପ୍ରମୁଖ ବରିଷ୍ଠ ନାଗରିକମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସାମାଜିକ,ଆର୍ଥିକ ଓ ସ୍ୱାସ୍ଥ୍ୟ ଚିକିତ୍ସା ସମ୍ପର୍କିିତ ସମସ୍ୟା ଗୁଡିକ ଉପରେ ବିଶଦ ଆଲୋଚନା କରିଥିଲେ ।ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ମାସିକ ଭତା ୨ହଜାର ଟଙ୍କାକୁ ବୃଦ୍ଧି,ପୂର୍ବପରି ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ରିହାତି,ବାଲେଶ୍ୱର ଜିଲ୍ଲା ପାଇଁ ମଞ୍ଜୁରୀ ପ୍ରାପ୍ତ ବହୁମୁଖୀ ପ୍ରକଳ୍ପର ସଠିକ ସ୍ଥାନ ନିରୂପଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା,ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଜରା ୱାର୍ଡ ପ୍ରତିଷ୍ଠା କରିବା,ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସାଧାରଣରେ ଅବଗତ କରାଇବା,ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ସଳରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ନେତୃତ୍ୱଙ୍କୁ ସାମିଲ କରାଇବା,ବାଲେଶ୍ୱରରୁ ବମ୍ବେ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା,ସମସ୍ତ ବସରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସିଟର ବ୍ୟବସ୍ଥା,ନିର୍ଯ୍ୟାତିତ ହେଉଥିବା ବରିଷ୍ଠ ନାଗରିମାନଙ୍କ ଅଭିଯୋଗ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ଟ୍ରିବ୍ୟୁନାଲକୁ କାର୍ଯ୍ୟକ୍ଷମ କରିବା,ଜିଲ୍ଲା ମୁଖ୍ୟ ଦପ୍ତରକୁ ଆସୁଥିବା ବରିଷ୍ଠ ନାଗରିକମାନଙ୍କ ସାମୟିକ ବିଶ୍ରାମଗୃହ ପ୍ରଦାନ କରିବା ପ୍ରଭୃତି ଦାବି ଗୁଡିକ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ଏହି ଦାବି ଗୁଡିକ ଉପରେ ସରକାର ଓ ଜିଲ୍ଲା ପ୍ରଶାସନ ଆବଶକୀୟ କାର୍ଯ୍ୟପନ୍ଥା ଯଦି ଗ୍ରହଣ ନ କରନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ଜିଲ୍ଲା କମିଟିର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ପଦ୍ମଲୋଚନ ଦତଙ୍କୁ ଏହି ବୈଠକରେ ପ୍ରମାଣପତ୍ର ସହ ସମ୍ପର୍ଦ୍ଧିିତ କରାଯାଇଥିଲା । ସେହିପରି ଡ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ ଓ ସଚିନ୍ଦ୍ର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ମଂଚର ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ମଂଚ ଆହ୍ୱାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ସୀତାରାମ ପ୍ରାଧାନ ଧନ୍ୟବାଦ ଦେଇଥିଲେ । ବୈଠକ ଆରମ୍ଭରେ କର୍ମକର୍ତ୍ତାମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ପ୍ରଦାନ କରିଥିଲେ ଓ ଦିବଂଗତ ସଦସ୍ୟମାନଙ୍କପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଂଚର କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷଙ୍କ ସମେତ ଶ୍ୟାମସୁନ୍ଦର ଜେନା,ଅକ୍ଷୟ କୁମାର ତ୍ରୀପାଠି,ପୂର୍ଣ୍ଣଚନ୍ଦ୍ର ପାତ୍ର,ବେଣୁଧର ସାହୁ,ପୁରୁଷତୋମ ବେହେରା,ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ