ବନ୍ୟାଜଳ ଉଦ୍ଧାର ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନଡ଼ିଆରଏଫର ମିଳିତ ଆନୁକୂଲ୍ୟରେ ଆଜି ବାଲେଶ୍ଵର ବ୍ଲକ ବଇଁଚା ପଞ୍ଚାୟତସ୍ଥିତ ବାଲୀଘାଟ ନିକଟରେ ବନ୍ୟାଜଳ ଉଦ୍ଧାର ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା, ବାଲେଶ୍ଵର ସଦର ତହସିଲଦାର ଶ୍ରୀ ଆଶିଷ କୁମାର ମହାପାତ୍ର, ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିସମ ବାହିନୀ, ପୁଲିସ, ସ୍ୱାସ୍ଥ୍ୟ, ବିଦ୍ୟୁତ ଆଦି ବିଭାଗୀୟ ଅଧିକାରୀ, ଓସ୍ଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ବିଶ୍ୱାଳ, ସମ୍ପର୍କ ଏନଜିଓ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଶ୍ରୀରବୀନ୍ଦ୍ର କୁମାର ପ୍ରଧାନ, ଆପଦମିତ୍ର ତଥା ସ୍ଥାନୀୟ ଅଧିବାସୀ ବହୁଳ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ବନ୍ୟା ସମୟରେ କିପରି ଜନସାଧାରଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ଏବଂ ନିଜର ଘରୋଇ ଆସବାବପତ୍ରରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ କିପରି ପ୍ରତ୍ୟେକ ବ୍ୟକ୍ତି ନିଜକୁ ବଞ୍ଚାଇପାରିବ ସେ ବିଷୟରେ ଏନଡ଼ିଆରଏଫ ଅଧିକାରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏଥି ସହିତ ସ୍ଥାନୀୟ ଅଞ୍ଚଳ ଲୋକମାନେ କିପରି ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିସମ ବାହିନୀ ସହ ଯୋଗାଯୋଗ ସ୍ଥାପନ କରି ନିଜର ଜ୍ଞାନ କୌଶଳ ବଢାଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସରପଞ୍ଚ ଶ୍ରୀରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ