ଆଜି ଠାରୁ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ବନ୍ତସ୍ଥିତ ପୁରୁଷୋତ୍ତମପୁର ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବ ଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ ଅନୁଷ୍ଠିତ ହେଉଛି । ଏଥିରେ ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ସୁନାମଧନ୍ୟ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ବିଜୟୀ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ଟିମ୍ ଗୁଡିକରେ ରଣଜୀ ତାରକା ଓ ଭାରତର ଏ’ ଟିମର ଖେଳାଳୀ ମାନେ ଅଛନ୍ତି । ଏହି ଖେଳ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ୨ଟି କରି ମ୍ୟାଚ୍ ଅନୁଷ୍ଠିତ ହେବ । ଦର୍ଶକ ମାନଙ୍କ ମଜା ନେବା ପାଇଁ ସୁନ୍ଦର ଓ ଚିତାକର୍ଷକ ପଡିଆ, ଚିୟର୍ସ ଗାର୍ଲ, ଦର୍ଶକ ଗ୍ୟାଲେରୀ, ଦୁଇଟି ପ୍ୟାବିଲିୟନ, କମେଣ୍ଟ୍ରି ବକ୍ସ, ଅନ୍‌ଲାଇନ ସ୍କୋରର ଓ ଲାଇଭ ମ୍ୟାଚର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ପରି ପ୍ରତି ଦିନ ଫ୍ରି ଲଟେରୀ ମାଧ୍ୟମରେ ଭାଗ୍ୟଶାଳୀ ଦର୍ଶକ ବିବେଚିତ ହୋଇ ପାରିବେ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ