ନବୀନ ଓଡିଶା ଯୋଜନା କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତ୍ରଗତ ଲାବଣ୍ୟଗଡ ଓ କଣ୍ଟ୍ରାଗଡା ଗ୍ରାମରେ ପଞ୍ଚାୟତ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଏବଂ ବିଜୁ ଜନତା ଦଳ ର ରାଜ୍ୟ ସମ୍ପାଦକ ମରୁତ ପାଲ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ବିରରାଜୁ, ଜି. ଗଜପତି ରାଓ, ଆମ ଓଡ଼ିଶା ନବୀନ ଓଡ଼ିଶା co ordinater ଶ୍ରୀ y. ରାମ ଚନ୍ଦ୍ର ରାଓ, ଏସ୍. ଲିଙ୍ଗରାଜୁ, ଏସ୍. ବାଲାରାଜୁ, ସରପଞ୍ଚ ସମିତି ଓ ନେତା ମାନେ ଯୋଗ ଦେଇଥିଲେ। ଏହି ଶିବିର ରେ ଇଂ ରୂପେଶ ପାଣିଗ୍ରାହୀ ଯୋଗଦେଇ ବ୍ୟାଙ୍କିଙ୍ଗ ଭିରିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଏବଂ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଅତି ସୁନ୍ଦର ଭାବେ ଆୟାଜନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ