ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,( ତାରିଣୀ ପ୍ରସାଦ ପଣ୍ଡା ):ଆଗାମୀ ନିର୍ବାଚନକୁ ଦୃଷ୍ଟି ରେ ରଖି ଗଜପତି ଜିଲ୍ଲା ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ହସ୍ତଗତ ହୋଇଛି. ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଦ୍ୱାରା ପ୍ରାଣୀତ ହୋଇ ଥିବା ବିଭିନ୍ନ ବିକାଶଭିମୁଖୀ ଯୋଜନା ମାନ ତୃଣମୂଳ ସ୍ତରରେ ପହଞ୍ଚେଇବା ଉଦେଶ୍ୟରେ କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତର ଧାନସରା ଗ୍ରାମରୁ ଏହି କାର୍ଯ୍ୟକ୍ରମ ସରପଞ୍ଚ ତଥା କାଶୀନଗର ବି ଜେ ଡି ଦଳର ବ୍ଲକ ସଭାପତି ଅଖିଳ କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ଶୁଭାରମ୍ଭ ହୋଇଛି. ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପ୍ରତ୍ୟେକ ବି ଜେ ଡି କର୍ମୀ ଘର ଘର ବୁଲି ରାଜ୍ୟ ସରକାରଙ୍କ ଯୋଜନା ମାନ ଲୋକମାନଙ୍କୁ ବୁଝାଉଥିଲେ ଏବଂ ପ୍ରତ୍ୟେକ ଘରେ ଶଙ୍ଖ ଫୋଟୋ ଚିତ୍ର କାନ୍ଥ ରେ ଲଗାଉଥିଲେ. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବି ଜେ ଡି ସଭାପତି ଏସ ଲିଙ୍ଗରାଜୂ, ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ଵାଲା ସାଇ ଆମ୍ମା, ରାଜ୍ୟ ସମ୍ପାଦକ ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଏମିତି ବହୁ ପୁରୁଖା କର୍ମୀ ଯୋଗ ଦେଇ ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ କାଶୀନଗର ବ୍ଲକର ପ୍ରତ୍ୟକ ଗ୍ରାମରେ ମାର୍ଚ୍ଚ ପାଞ୍ଚ ତାରିଖ ମଧ୍ୟରେ ପହଂଚେଇବା ଲକ୍ଷ ରଖା ଯାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ