ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ଏବଂ ‘ଆମ ଓଡ଼ିଶା ନବୀନ ଓଡିଶା ଯୋଜନା କାର୍ଯ୍ୟକ୍ରମର ବାର୍ଷିକ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ ନିମନ୍ତେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡ଼ାରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥ୍‌ ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ମାନିତ ଅତିଥ୍ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ ଯୋଗଦେଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଲୋକଙ୍କୁ ସଚେତନ କରାଇଥିଲେ। ଅନ ଧନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଯୋହନ ମାଝୀ, ସାଂସଦ ପ୍ରତିନିଧ ରିଙ୍କୁ ପାଣି, ସରପଞ୍ଚ ତାବତି ବେହେର୍ଦଳାଇ, ସମିତିସଭ୍ୟା ଏବିତା ରଇତ, ନାଏବ ସରପଞ୍ଚ ଅବୀୟ ରଇତ, ପ୍ରତ୍ୟେକ ୱାର୍ଡ ସଭ୍ୟ, ଅଙ୍ଗନ୍‌ବାଡ଼ି, ଆଶା କର୍ମୀ, ଏସଏଚ୍‌ଜି ସଦସ୍ୟା, ବୁଦ୍ଧିଜୀବୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ
ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା। ପିଇଓ ବି.ଲିଙ୍ଗରାଜୁ, ହର୍ଷ କୁମାର ଲୋହୋରା ଓ ଦେବ ରଞ୍ଜନ ଲୋହୋରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ