ବିଶ୍ରାମ ଗୃହରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି. ସେଠାରେ ଥ‌ିବା ପରିତ୍ୟକ୍ତି ଯାତ୍ରୀ ବିଶ୍ରାମ ଗୃହରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି, ସ୍ଥାନୀୟ ଲୋକେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ଶିଶୁ ସୁରକ୍ଷାର ଜିଲ୍ଲା ସଂଯୋଜକ ବିଜୟ ପ୍ରଧାନଙ୍କୁ ଫୋନ ଯୋଗେ ଜଣାଇବା ପରେ ସେ ଚାଇଲ୍ଡ ଲାଇନଙ୍କ ଯୋଗାଯୋଗ କରି ଶାହା ଅନୁଷ୍ଠାନର କର୍ମଚାରୀ ସୁବାଶିଷ୍ ସ୍ବାଲସିଂ, ସିସିଡି କର୍ମଚାରୀ ଇନ୍ଦୁମତି ଦେବୀଙ୍କ ସମେତ ମିଳିତ ଏକ ଟିମ୍ ସେଠାରେ ପହଂଚି ଯାତ୍ରୀ ବିଶ୍ରାମ ଗୃହରୁ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ