ସାନଖେମୁଣ୍ଡିରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଆସର ଆଲୋଚନାଚକ୍ର କବିତା ପାଠ ଉତ୍ସବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ରାଜ୍ୟବ୍ୟାପୀ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ଅବସରରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ କଳା ସଂସ୍କୃତି ସାହିତ୍ୟ ଭିତ୍ତିକ ଉତ୍ସବ ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରଯାଇଥିଲା।କବି ସାହିତ୍ୟିକ କଳାକାର ମାନଙ୍କ ସମାବେଶରେ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବୈଜୟନ୍ତୀ ମୁଣ୍ଡା ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର କାର୍ଯକ୍ରମକୁ ଉଦଘାଟନ କରିଥିଲେ। ବିନାୟକ ଦାଶଙ୍କ ସଂଯୋଜନାରେ ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସାହିତ୍ୟ ଆସରର ଓଡ଼ିଆ ଭାଷା ସାହିତ୍ୟର ଅତୀତ ଓ ଭାଷା ସାହିତ୍ୟ ସ୍ଵାଧୀନତା ସଂଗ୍ରାମରେ ଖେମୁଣ୍ଡିର ଅବଦାନ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଗବେଷକ ଡ଼ ଅନନ୍ତରାମ କର କୌଣ୍ଡିନ୍ୟ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ସମାଦୃଷ୍ଟି କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢ଼ୀ ବ୍ରହ୍ମପୁର ସାହିତ୍ୟ ପରିଷଦ ଉପସଭାପତି ପ୍ରଫୁଲ୍ଲ କୁମାର ତ୍ରିପାଠୀ ବ୍ଲକ୍ ଉପାଧ୍ୟକ୍ଷା ରିଙ୍କି ନାହାକ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ ସଭ୍ୟା ସୁଲତାରାଣୀ ସ୍ଵାଇଁ ମାମାନି ପାତ୍ର କବି ବୃନ୍ଦାବନ ପଣ୍ଡା ଗଜାନନ ତ୍ରିପାଠି ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରାମଚନ୍ଦ୍ର ପଣ୍ଡା ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଶିବରାମ ସାବତ ସୁରଭୀରାଣୀ ନାୟକ ସମ୍ଭବ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଗଜାନନ ମିଶ୍ର ସଦାଶିବ ପାଢ଼ୀ ରୋହିତ ଜେନା ବୃନ୍ଦାବନ ବାଡତ୍ୟା ବିଚିତ୍ର ଦୋରା ବେଣୁଧର ତ୍ରିପାଠୀ ଲିଙ୍ଗରାଜ ଜେନା ପ୍ରଶାନ୍ତ ଅଚାରି ସୁରେଶ ନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କବି କବୟତ୍ରି କବିତା ପାଠ କରିଥିଲେ। ବ୍ଲକ୍ କଳା ସଂସ୍କୃତିସଂଘପକ୍ଷରୁଦାସକାଠିସଙ୍କୀର୍ତ୍ତନ ପରିବେଷଣ କରଯାଇଥିଲା। ଅଞ୍ଚଳର ବରିଷ୍ଠ ସାହିତ୍ୟିକ କଳାକାର ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ