ରାଜ୍ୟ କୁଷ୍ଠ ସଂଗଠନ ପ୍ରତିନିଧିମାନଙ୍କ ରାଜ୍ୟପାଳଙ୍କୁ ସାକ୍ଷାତ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ କୁଷ୍ଠ ସଂଗଠନର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ସାହୁ ଏବଂ ଆନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦ ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମହଲା ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ହିନ୍ଦ୍ କୁଷ୍ଠ ନିବାରଣ ସଂଘର ସଭାପତି ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଲକ୍ଷ ଲକ୍ଷ କୁଷ୍ଠ ପୀଡ଼ିତ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହିତ ସଂଗଠନ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମହାମହିମ ରାଜ୍ୟପାଳ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଜାତୀୟସ୍ତରରେ ହିନ୍ଦ୍ କୁଷ୍ଠ ନିବାରଣ ସଂଘ, ଓଡ଼ିଶା ରାଜ୍ୟ ଶାଖାକୁ କାର୍ଯ୍ୟକ୍ଷମ କରାଇବା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ୟୁନିଟ୍‌-୯ ଭୁବନେଶ୍ୱରଠରେ ଥିବା ସଂଘର ଜାଗାରେ ତା ୩୦.୦୧.୧୯୯୪ ମସିହାରେ ବିଶ୍ୱ କୁଷ୍ଠ ନିରାକରଣ ଦିବସରେ ଶୁଭ ଦେଇଥିବା ଜାଗାକୁ ଉଦ୍ଧାର କରାଯାଇ କାର୍ଯ୍ୟାଳୟ, ଷ୍ଟାଫ କ୍ୱାର୍ଟର ଓ ସଭାଗୃହ ନିର୍ମାଣ , ୮୬ଟଗୋଟି କୁଷ୍ଠ କଲୋନୀରେ ରହୁଥିବା ପ୍ରତ୍ୟେକ ପରିବାରକୁ ସ୍ଥାୟୀ ଘରବାରି ପଟ୍ଟା, ବାସଗୃହ ନିର୍ମାଣ, ରାସ୍ତାଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଚଳିବା ପାଇଁ ପ୍ରତ୍ୟେକ କୁଷ୍ଠ ପୀଡ଼ିତମାନଙ୍କୁ ମାସିକ ୫ ହଜାର ଟଙ୍କା ସହାୟତା ରାଶି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ନିଯକ୍ତି, ଅକ୍ଷମ ନିରାକରଣ ଓ ମେଡ଼ିକାଲ, ପୁନର୍ବସତି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଖାଲି ପଡ଼ିଥିବା ୩୫୯ କୁଷ୍ଠକର୍ମୀ ପଦବୀ ଏବଂ ଭାରତ ସରକାରଙ୍କ ଦ୍ୱାରା ମଞ୍ଜୁରପ୍ରାପ୍ତ ୧୮୪ ଗୋଟି କୁଷ୍ଠକର୍ମୀ ପଦବୀ ପୂରଣ, ୪ଗୋଟି କୁଷ୍ଠାଶ୍ରମ, ୭ଗୋଟି କୁଷ୍ଠ ଚିକିତ୍ସାଳୟ ଏବଂ ହିନ୍ଦ୍ କୁଷ୍ଠ ନବାରଣ ସଂଘର ପୁନରୁଦ୍ଧାର ଓ ଆବଶ୍ୟକୀୟ ମାନବ ସମ୍ବଳ ବ୍ୟବସ୍ଥା । ଦୃଷ୍ଟିହୀନ, ଦିବ୍ୟାଙ୍ଗ ବ୍ୟକ୍ତିମାନେ ମାର୍କେଟ ବିଲ୍‌ଡ଼ିଙ୍ଗରେ ୧୮ ବର୍ଷ ଧରି ଉଠାଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଉଠାଦୋକାନ ବନ୍ଦ ପରେ ଭେଣ୍ଡିଂଜୋନ ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ମାତ୍ର କାର୍ଯ୍ୟକାରୀ କରାଗଲା ନାହିଁ । ତେଣୁ ଭେଣ୍ଡିଂଜୋନ ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଦୃଷ୍ଟିହୀନ ଦିବ୍ୟାଙ୍ଗମାନେ ତା ୨୫.୦୧.୨୦୨୪ରିଖ ଠାରୁ ଧାରଣାରେ ବସିଛନ୍ତି ବୋଲି ସୁଶ୍ରୀ ମହଲା ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ