ରାୟଗଡ ପୋଲିସର ସଫଳତା, ୩୮ କେଜି ଜବତ,୨ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାୟଗଡ଼ ବ୍ଲକ ଅନ୍ତର୍ଗତ ରାଜପୂର ନଦୀ ପୋଲ ନିକଟରେ ଆଜି ରାୟଗଡ଼ ପୁଲିସ ଦୁଇ ଯୁବକଙ୍କୁ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଟିକାମାଳ ଗ୍ରାମର କେଶବ ରଇତ ଓ ମନୁ ରଇତ ଦୁହେଁ ଦୁଇଟି ବାଇକରେ ନିଜ ଗ୍ରାମରୁ ଗଞ୍ଜେଇ ଧରି ପଲାସା ଅଭିମୁଖେ ଯାଉଥିଲେ। ଏହି ସମୟରେ ରାୟଗଡ଼ ଥାନା ଅଧିକାରୀ ସୁନୀଲ କୁମାର ବେହେରା କୌଣସି ସୂତ୍ରରୁ ଖବର ପାଇ ରାଜପୁର ନଦୀ ପୋଲ ନିକଟରେ ସେ ଦୁଇ ଯୁବାକକୁ ଅଟକାଇ ସେମାନେ ଧରିଥିବା ଜିନିଷ ପତ୍ରକୁ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଥିବା ଜଣା ପଡିଥିଲା। ଏହାକୁ ନେଇ ରାୟଗଡ଼ ଥାନାରେ 10/24 ରେ 20b2C,2529 NDPS ରେ ମାମଲା ରୁଜୁ କରାଯାଇ ଗଞ୍ଜେଇ କୁ ମାଜିଷ୍ଟ୍ରେଟ ତଥା ରାୟଗଡ଼ ବ୍ଲକ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ଉପସ୍ଥିତିରେ ଓଜନ କରି 38 kg ଗଞ୍ଜେଇ ଓ ଦୁଇଟି ବାଇକ ଜବତ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ