ଆଇନଜୀବି ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଭାରତୀୟ ଆଇନଜୀବି ସଂଘର ଆହ୍ବାନ କ୍ରମେ ଶୁକ୍ରବାର ଦିନ ସାନଖେମୁଣ୍ଡି ଆଇନଜୀବି ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ଏକ ସ୍ମାରକପତ୍ର ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କୁ ପ୍ରଦାନ କରାଯାଇଛି।ଓଡିଶା ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବୀପତ୍ରରେ ଆଇନଜୀବି ସୁରକ୍ଷା ଆଇନ ପ୍ରଣୟନ କରିବା, ମଧୁବାବୁ ସ୍ବାସ୍ଥ୍ୟ କଲ୍ଯାଣ ବୀମା ଯୋଜନା ଆରମ୍ଭ କରି ଆଇନଜୀବିଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇଦେବା, ଆଇନଜୀବିଙ୍କ ମୃତ୍ୟୁ କିମ୍ବା ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ୧୦ ଲକ୍ଷ ଟଙ୍କା ଆଇନଜୀବି ପରିଷଦ ପକ୍ଷରୁ ପ୍ରଦାନ କରିବା, ଆଇନଜୀବି ପଞ୍ଜିକରଣ ଫି’ ସର୍ବାଧିକ ୨୦୦୦୦ ଟଙ୍କା ମଧ୍ୟରେ ସୀମିତ ରଖିବା ଭଳି ବିଭିନ୍ନ ଦାବୀ ଉଲ୍ଲେଖ କରାଯାଇଛି।ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଆଇଏଏଲ୍ ଜିଲ୍ଲା କାର୍ଯ୍ଯକର୍ତ୍ତା ହରପ୍ରସାଦ ରଥ, ସାନଖେମୁଣ୍ଡି ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ବଜ ସିଂହ, ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ, ବରିଷ୍ଠ ଆଇନଜୀବି ରସାନନ୍ଦ ରାଉତଙ୍କ ସମେତ ସତ୍ଯନାରାୟଣ ରଥ, ରବିନ୍ଦ୍ର ନାଥ ବେହେରା, ସଞ୍ଜୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଡାକୁଆ, ପ୍ରଶାନ୍ତ କୁମାର ବରାଡ, କିଶୋର ଚନ୍ଦ୍ର ଗୌଡ, ଟୁକୁନା ପ୍ରଧାନ, ବିଜୟ କୁମାର ପ୍ରଧାନ, ଚିନ୍ମୟ କୁମାର ହୋତା ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ