ଗୌତମୀ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଗୌତମୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ , ୫ଟି ଅଧ୍ୟକ୍ଷ ମାନ୍ୟବର ଭି କାର୍ତ୍ତିକେୟନ ପାଣ୍ଡିଆନ, ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି , ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ଵିନୀ ଏସ ପ୍ରମୁଖଙ୍କ ଉପସ୍ଥିତିରେ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ଗୌତମୀ ଅଞ୍ଚଳର ସର୍ବ ପୁରାତନ ଏହି ଅନୁଷ୍ଠାନକୁ ଶିକ୍ଷା ପୁରସ୍କାର ମିଳିବା ନେଇ ଖବର ପ୍ରକାଶ ପରେ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏକ ବିଶାଳ ପଟୁଆରରେ ଶୋଭାଯାତ୍ରା ସହ ଗ୍ରାମ ବୁଦ୍ଧିଜୀବୀ ଜନସାଧାରଣ ଛାତ୍ରଛାତ୍ରୀଙ୍କ ଗହଣରେ ଗ୍ରାମ ପରିକ୍ରମା କରିଛନ୍ତି । ଶିକ୍ଷା ପୁରସ୍କାର ପଦକ ଓ ମାନପତ୍ର ସହ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପରିଚାଳନା ସମିତି ପକ୍ଷରୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାରେ ସାମିଲ ହୋଇଥିଲେ । ଗୌତମୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷକ ଶିକ୍ଷୟଟ୍ରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ଗୌତମୀ ଉଚ୍ଚ ବିଦ୍ୟାଳୟର ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସଭାପତି, ସିଆରସିସି, ସରପଞ୍ଚ ଶ୍ରୀମତୀ ଜି.ଝିଲି ରେଡ୍ଡୀ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ, ଗୌତମୀ ସମିତି ସଭ୍ୟ ଦନାର୍ଦ୍ଧନ ପଲେଇ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖଙ୍କୁ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ମିଳିବା ନେଇ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ