ଏସବିଆଇ ଲାଇଫ ପକ୍ଷରୁ “ଆପନେ ଲିୟେ, ଆପନୋ କେ ଲିଏ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ “ଆପନେ ଲିଏ, ଆପନୋ କେ ଲିଏ” ଅଭିଯାନର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଜଣେ ନିଜ ପରିବାରର ଦାୟିତ୍ୱ ଗ୍ରହଣ କରିବାସହମୁକ୍ତ ଭାବେନିଜ ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେବାକୁ ପ୍ରୋତ୍ସାହିତ କରୁଛି ।“ରେସପନସିବଲ ଆମ୍ବିସନ”ର ଭାବକୁ ଉତ୍ସାହିତ କରିବାସହଲାଗି ପ୍ରତି ଭାବନାକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟକୁ ନେଇ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ନିଜ ପ୍ରିୟଜନଙ୍କ ଆବଶ୍ୟକତାକୁ ସୁରକ୍ଷିତ ରଖିବା ସଂହିତ ନିଜେ କ’ଣ ଚାହୁଛନ୍ତି ତାହା ଅନୁସନ୍ଧାନ କରିବା ଲାଗି ଲୋକମାନଙ୍କୁ ଅନୁପ୍ରାଣିତ କରାଯାଇଛି । ବ୍ୟକ୍ତିଗତ ଅଭିଳାଷ ଓ ପରିବାର ଦାୟିତ୍ୱ ଭିତରେ ଥିବା ହାଲୁକା ସନ୍ତୁଳନକୁ ଏଥିରେ ପ୍ରଦର୍ଶିତ କରାଯାଇଛି । ଏସବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍ କମ୍ୟୁନିକେସନ ଓ ସିଏସ୍‌ଆର୍ ମୁଖ୍ୟ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଆଜିର ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଏସବିଆଇ ଲାଇଫ୍ ସଦା ସର୍ବଦା ତତ୍ପରରହିଛି । ଦେଶବାସୀଙ୍କୁ ଜାଗ୍ରତ କରିବା ଲାଗି “ରେସପନସିବଲ ଆମ୍ବିସନ”ର ଆବଶ୍ୟକତାରେ ବୃଦ୍ଧି ଘଟିଛି ଯେଉଁଠାରେ ବ୍ୟକ୍ତିଗତ ସ୍ୱପ୍ନସହ ପରିବାର ଦାୟିତ୍ୱ ତୁଲାଇବା ସମାଜର ଏକ ନିୟମରେ ପରିଣତ ହୋଇଛି । ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଯେଉଁ ବିଶ୍ୱାସ ଓ ଭରସା ଲାଗି ଏସବିଆଇ ଲାଇଫ୍ ପରିଚିତ, ଏହା ତାହାର ଏକ ପ୍ରତିଫଳନ । ଲୋକମାନଙ୍କୁ ନିଜ ସ୍ୱପ୍ନ ପଛରେ ଗୋଡ଼ାଇବା ଲାଗି ଆମେ ସମର୍ଥନ କରୁଥିବା ବେଳେ ସେମାନଙ୍କ ପ୍ରିୟଜନଙ୍କ ଦାୟିତ୍ୱକୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଉଛୁ । ଆମର ପ୍ରଚଳିତ ଅଭିଯାନ ବ୍ୟକ୍ତିଗତ ଅଭିଳାଷ ଓ ପରିବାର ଦାୟିତ୍ୱ ଭିତରେ ଥିବା ସନ୍ତୁଳନକୁ କୃତଜ୍ଞତାର ସହ ପାଳନ କରୁଛି ଯାହା ଏସବିଆଇ ଲାଇଫ୍‌କୁ ନିର୍ଧାରଣ କରୁଥିବା ବିଶ୍ୱାସ, ଭରସା ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆଜିର ଯୁଗରେ ବ୍ୟକ୍ତି ଗତ ଇଚ୍ଛା ଓ ପରିବାର ପ୍ରତିବଦ୍ଧତା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିବା ବେଳେ ଏସବିଆଇ ଲାଇଫ୍‌ର ଏହି ଅଭିଯାନ ସେମାନଙ୍କୁ ସମ୍ମାନ ଜଣାଉଛି ।ଯେଉଁମାନେ ନିର୍ଭୟର ସହ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି ଏବଂ ଜଣେ ଦାୟିତ୍ୱବାନ ପରିବାର ସଦସ୍ୟର ଭୂମିକା ଗ୍ରହଣ କରୁଛନ୍ତି ।ଏହି ଅଭିଯାନରେ ଋଷଭ ନାମକ ଜଣେ ପିତାଙ୍କ କାହାଣୀକୁ ଦର୍ଶାଯାଇଛି ଯିଏ ଜୀବନରେ ଜଣେ ଉଦ୍ୟୋଗୀ ହେବା ଯାତ୍ରାରେ ବାହାରିବା ସହିତ ବହୁ ଆହ୍ୱାନର ସାମ୍ନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ