ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ଚତୁଃର୍ବିଂଶତମ ସାମ୍ବତ୍ସରିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିବେକାନଦଙ୍କ ମହାନ ଜୀବନ ଆଉ ଦର୍ଶନରେ ଅନୁପ୍ରାଣୀତ ହେଲେ ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ’ ବୋଲି ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ତ ନିମାପଡ଼ା ସ୍ଥିତ କପାଳୀ କ୍ଷେତ୍ରଠାରେ ଅନୁଷ୍ଠିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ଚତୁଃର୍ବିଂଶତମ ସମାବର୍ତନ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର ,ମୁଖ୍ୟ ବକ୍ତାରୁପେ ବାଲିଖଣ୍ଡ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ବିରେନ୍ଦ୍ର କୁମାର ପରିଡ଼ା,କେନ୍ଦୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର୍ର କୁମାର ଶତ୍‌ତ୍ପଥୀ , ଶିଶୁମନ୍ଦିରର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ଶିକ୍ଷାବିତ୍ ଉଦୟ ନାରାୟଣ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ଆଲୋକ ରଂଜନ ମୁଖାର୍ଜୀ ଅତିଥିମାନଙ୍କର ପରିଚୟପତ୍ର ପ୍ରଦାନକରିଥିବା ବେଳେ, ବିଦ୍ୟାଳୟ ବାର୍ଷିବ ବିବରଣୀ ପାଠ କରିଥିଲେ ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଉଷାରାଣୀ ବୋହରା ଓ ମଂଚ ପରିଚାଳନା କରିଥିଲେ ଗୁରୁଜୀ ସୁନିଳ କୁମାର ରାଉଳ ।ଏହିପରିପେକ୍ଷିରେ ବିଦ୍ୟାଳୟର ଅଧ୍ୟୟନରତ କୃତୀ ଛାତ୍ର ମାନଙ୍କୁ ବିଭିନ୍ନ ସମ୍ମାନ ସହ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ ସହ ଚଳିତବର୍ଷ ବିଭିନ୍ନ ପ୍ରତିଯୋଗିତାରେ କୃତତ୍‌ୃ ହାସଲକରିଥିବା ଛାତ୍ରଛାତ୍ରୀ ମଧ୍ୟ ମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କାୁତ କରିଥିଲେ । ସଂଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ଶି,ଦେଶାତ୍ମକବୋଧକ ନୃତ୍ୟ ÷ଆଦି ପରିବେଷଣ କରିାଯାଇଥିଲା ।ଏହାକୁ ସଂପାଦନରେ ସହାୟତା କରିଥିଲେ ଶିକ୍ଷକ ଉମାକାନ୍ତ ରାଉତ,ଦିଲ୍ଲିପ କୁମାର ସାହୁ, ପ୍ରମୁଖ । ଏହାକୁ ଦେଖିବାପାଇଁ ସ୍ଥାନୀୟ ଅଂଚଳରୁ ଦର୍ଶକମାନଙ୍କର ସମାଗମ ହୋଇଥିଲା । ଦିବସବ୍ୟପି କାର୍ଯ୍ୟକୁ ସହଯୋଗକରିଥିଲେ ପତଞ୍ଜଳି କରଶର୍ମା,ଜ୍ଞାନଦା କରଶର୍ମା,ଅର୍ଜୁନ ବାରିକ ଙ୍କ ସହ ଗୁରୁମା ଦମୟନ୍ତି ପାଣିଗ୍ରାହୀ ,ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ପ୍ରଭାତିପତି ,ସଶ୍ମିତା ପତି,ଧରିତ୍ରୀ ଭୋଇ ,ସବିତା ଦାସ ,ରେବତୀ ବାରିକ, ପ୍ରମୁଖ ଙ୍କ ସହ କମିଟିର କର୍ମର୍କା,ଗ୍ରାମବାସୀ ଓ ଅଭିଭାବକ ବୃନ୍ଦ ।,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ