ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ବାଗ୍ମୀ ପ୍ରଦ୍ୟୁମ୍ନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ବିଶିଷ୍ଟ ବାଗ୍ମୀ, ବରିଷ୍ଠ ସାମ୍ବାଦିକ, ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦୀର୍ଘ ୮୭୮ ଦିନ ଧରି ନୀରବ କଳାପତାକା ଅଭିଯାନର ମୁଖ୍ୟ କାଣ୍ଡାରୀ ତଥା ସଭାପତି ଭାବେ ତାଙ୍କର ଅବଦାନ ଅତୁଳନୀୟ । ପୂଜ୍ୟପୂଜା, ଭାଷା ଆନ୍ଦୋଳନ, ସାମ୍ବାଦିକତା ପ୍ରମୁଖ କ୍ଷେତ୍ରରେ ଶ୍ରୀଯୁକ୍ତ ଶତପଥୀଙ୍କୁ ଏହାର ଅଧ୍ୟକ୍ଷ ସୌରେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ଦିଲ୍ଲୀପ ହାଲି, ବରିଷ୍ଠ ସାମ୍ପାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ଉତ୍ତରୀୟ, ମାନପତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ମୁଖପାତ୍ର ଶ୍ରୀ ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ